ଶ୍ରୀରାମ ନବମୀରେ ବିଶାଳ ଶୋଭାଯାତ୍ରା, ୧୨ କିଲୋମିଟର କରିବ ପରିକ୍ରମା

Published By : Prameya-News7 Bureau | April 17, 2024 IST

ଭଦ୍ରକ ୧୭।୦୪ : ଐତିହାସିକ ଶ୍ରୀରାମ ନବମୀ ଅବସରରେ ଭଦ୍ରକ ଜିଲ୍ଲାରେ ଆଜି ବିଶାଳ ଶୋଭଯାତ୍ରା । ଭଦ୍ରକ ସହରର ନେହେରୁ ଷ୍ଟାଡିୟମରୁ ଏହି ଶୋଭଯାତ୍ରା ଅପରାହ୍ନରେ ବାହାରି ସହର ମଧ୍ୟ ଦେଇ ୧୨ କିଲୋମିଟର ପରିକ୍ରମା କରିବ । ଏହାପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ମେଢ଼ ଯୋଗଦେବେ । 

ସେପଟେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୋଭାଯାତ୍ରାରେ  ଆଇଜି, ଏସପି, ୪ ଜଣ ଏଏସପି, ୨୨ ଜଣ ଡିଏସପି, ୨୯ ଇନ୍ସପେକ୍ଟର, ୪୦ରୁ ଅଧିକ ଏଏସଆଇ ଓ ୩୭ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ଗୋଟିଏ କଂପାନୀ ବିଏସଏଫ ଓ ସିଆରପିଏଫ ମୃତୟନ ହୋଇଛନ୍ତି । 

ସେହିପରି ସହରରେ ବିଭିନ୍ନ ସ୍ଥାନରେ ୭୬ରୁ ଅଧିକ ସିସିଟିଭିର ଵ୍ୟବସ୍ଥା ହୋଇଛି । ନଗର ସଂକୀର୍ତ୍ତନ ସମୟରେ ପୋଲିସ ପକ୍ଷରୁ ୮ଟି ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ପୋଲିସ ନଜର ରଖିବ। ପୋଲିସ ପକ୍ଷରୁ ଭଦ୍ରକବାସୀଙ୍କୁ ଶାନ୍ତି ଶୃଙ୍ଖଳାର ସହ ରାମନବମୀ ପାଳିବା ପାଇଁ ନିବେଦନ କରାଯାଇଛି । ଏହି ବର୍ଷ ସିସିଟିଭି ସର୍ଭିଲାନ୍ସ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.