ଆନିମେସନ ଜଗତର ପିତା ରାମ ମୋହନଙ୍କ ପରଲୋକ

Published By : Prameya-News7 Bureau | October 12, 2019 IST

ମୁମ୍ବାଇ ୧୨/୧୦: ଭାରତୀୟ ଆନିମେସନ ଉଦ୍ୟୋଗର ‘ପିତା’ ଭାବେ ପରିଚୟ ସୃଷ୍ଟି କରିଥିବା ରାମ ମୋହନଙ୍କ ଗତକାଲି ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ପରିବାର ଲୋକେ ଏହି ଖବର ଦେଇଛନ୍ତି। ରାମ ମୋହନ ନିଜ କ୍ୟାରିୟରର ଆରମ୍ଭ ୧୯୫୬ମସିହାରେ ଭାରତ ସରକାରଙ୍କ ଫିଲ୍ମସ ଡିଭିଜନ୍ ଅଫ ଇଣ୍ଡିଆର କାର୍ଟୁନ ଫିଲ୍ମ ୟୁନିଟରୁ କରିଥିଲେ। ସେ ୧୯୬୮ମସିହାରେ ଫିଲ୍ମସ୍ ଡିଭିଜନ୍ ଛାଡ଼ି ପ୍ରସାଦ ପ୍ରଡକ୍ସନରେ ଆନିମେସନ ଡିଭିଜନର ମୁଖ୍ୟ ଭାବେ ଜଏନ୍ କରିଥିଲେ।

{"id":169121}

ଏହା ପରେ ୧୯୭୨ମସିହାରେ ସେ ରାମ ମୋହନ ବାୟୋଗ୍ରାଫିକ୍ସ ନାଁରେ ନିଜର ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିଥିଲେ। ତାଙ୍କର ସବୁଠୁ ଚର୍ଚ୍ଚିତ କାମ ୧୯୯୨ମସିହାରେ ଜାପାନର ୟୁଗୋ ସାକୋଙ୍କ ସହ ରାମାୟଣର ଆନିମେଟେଡ ରୂପ ଥିଲା। ରାମ ମୋହନ ‘ପତି ପତ୍ନୀ ଔର ଓ୍ବୋ’,‘ଶତରଞ୍ଜ କେ ଖିଲାଡ଼ି’,‘ବିବି ଓ ବିବି’,‘ଦୋ ଔର ଦୋ ପାଞ୍ଚ’ ଏବଂ ‘କାମଚୋର’ ଭଳି ଅନେକ ହିନ୍ଦୀ ଫିଲ୍ମ ପାଇଁ ଦୃଶ୍ୟ ଆନିମେସନର କାମ କରିଥିଲେ।

{"id":169122}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.