ନା ପର୍ସ, ନା ମୋବାଇଲ୍‌; ଏହି ସବୁ ଜିନିଷ VVIP ବି ନେଇପାରିବେନି ରାମ ମନ୍ଦିରକୁ ?

Published By : Prameya-News7 Bureau | January 11, 2024 IST

ନୂଆଦିଲ୍ଲୀ ୧୧।୦୧: ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟ । ଉତ୍ସବରେ ଯୋଗ ଦେବାକୁ ଜାନୁଆରୀ ୨୨ରେ ଅଯୋଦ୍ଧାରେ ଲାଗିବ ଭିଭିଆଇପିଙ୍କ ଭିଡ । ଏଥିପାଇଁ 'ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ' ପକ୍ଷରୁ କରାଯାଇଛି କିଛି ନିୟମ । ଆଉ ନିୟମକୁ ଭାଙ୍ଗିପାରିବେନି ଭିଭିଆଇପି । ତେବେ କଣ କଣ ରହିଛି ନିୟମ ଆସନ୍ତୁ ଜାଣିବା…

{"id":894399,"sizeSlug":"full","linkDestination":"none"}

ପ୍ରାଣ ପ୍ରତିଷ୍ଠା ଦିନ ମନ୍ଦିରରେ ପ୍ରବେଶ ସମୟରେ କୌଣସି ବି ବ୍ୟକ୍ତି ସାଙ୍ଗରେ ମୋବାଇଲ୍ ଫୋନ୍ କିମ୍ବା ପର୍ସ ନେଇପାରିବେନି । ଏମିତିକି ସେମାନେ ସାଙ୍ଗରେ ଇୟରଫୋନ୍ କିମ୍ବା ରିମୋଟ୍ ବାଲା ଚାବି ମନ୍ଦିର ମଧ୍ୟ ମନ୍ଦିରକୁ ନେଇପାରିବେନି । ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଟ୍ରଷ୍ଟ ୬ହଜାରରୁ ଅଧିକ ନିମନ୍ତ୍ରଣ ପତ୍ର ପଠାଇଛି । ଆଉ ୭ ହଜାରୁ ଅଧିକ ଅତିଥି ଆସିବାକୁ ଥିବା ଅନୁମାନ କରାଯାଉଛି ।

{"id":894400,"sizeSlug":"full","linkDestination":"none"}

ଦେଶର ବିଭିନ୍ନ ସ୍ଥାନର ସାଧୁ ସନ୍ଥ ନିଜ ଶିଷ୍ୟମାନଙ୍କ ସହିତ ରାମ ମନ୍ଦିରର ଉଦଘାଟନ ପାଇଁ ଆସିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସମସ୍ତଙ୍କୁ ମୁଖ୍ୟ ପରିସରର ବାହାରେ ରହିବାକୁ ପଡ଼ିବ । ତେବେ ମନ୍ଦିର ପରିସରକୁ ସନ୍ଥମାନେ ନିଜର ଆଶାବାଡି ନେଇପାରିବେନି । ଏମିତିକି ସେମାନଙ୍କର ଛତା, ଠାକୁର ଜୀ, ସିଂହାସନ କିମ୍ବା ପାଦୁକା ନେବାକୁ ବି ଅନୁମତି ଦିଆଯାଇନାହିଁ । ରିପୋର୍ଟ ଅନୁଯାୟୀ, ଯେଉଁମାନଙ୍କୁ ରାମ ମନ୍ଦିର ପକ୍ଷରୁ ନିମନ୍ତ୍ରଣ ଯାଇଛି ସେମାନେ ହିଁ କେବଳ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

{"id":894401,"width":841,"height":560,"sizeSlug":"full","linkDestination":"none"}

ତେବେ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତି ଭାରତୀୟ ପୋଷାକ ପିନ୍ଧିପାରିବେ । ତେବେ ଟ୍ରଷ୍ଟବୋର୍ଡ ଅଫିସିଆଲ ଡ୍ରେସକୋଡ ଘୋଷଣା କରିନି । କିନ୍ତୁ ପୁରୁଷମାନେ ଧୋତି, ଗାମୁଛା, କୁର୍ତ୍ତା-ପାଇଜାମା ଏବଂ ମହିଳାମାନେ ସାଢୀ, ସାଲୱାର ସୁଟରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପାରିବେ । ତେବେ ୨୨ ଜାନୁଆରୀରେ ଅଯୋଧ୍ୟାରେ ଏକ ବିରାଟ ଜନସମାଗମ ହେବ । ତେଣୁ ଲୋକଙ୍କୁ କୁହାଯାଇଛି ଯେ ଯେଉଁମାନେ ନିମନ୍ତ୍ରଣ ପତ୍ର ପାଇଛନ୍ତି ସେମାନେ କେବଳ ଅଯୋଧ୍ୟା ଆସିବା ଉଚିତ୍ ।

You Can Read:

wp:embed {"url":"https://www.prameyanews7.com/ayodhya-ram-mandir-know-the-details-of-all-three-floor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ayodhya-ram-mandir-know-the-details-of-all-three-floor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.