ବ୍ରୁସ ଲି'ଙ୍କୁ କିସ୍‌ କରିବାକୁ ଚାହୁଁଛନ୍ତି ରାମ ଗୋପାଲ୍‌, କହିଲେ-ମୁଁ ସମଲିଙ୍ଗୀ ନୁହେଁ, କିନ୍ତୁ...

Published By : Prameya-News7 Bureau | July 14, 2022 IST

ମୁମ୍ବାଇ ୧୪।୦୭: 'RGV' ନାମରେ ଖୁବ୍‌ ଜଣାଶୁଣା ନିର୍ମାତା ରାମ ଗୋପାଲ । ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଲଡକି: ଏଣ୍ଟର୍ ଦ ଗାର୍ଲ ଡ୍ରାଗନ୍ ପ୍ରମୋଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ସାକ୍ଷାତକାରରେ ବ୍ରୁସ ଲିଙ୍କ ବିଷୟରେ କହିଥିଲେ କି ସେ ତାଙ୍କୁ ଚୁମ୍ବନ ଦେବାକୁ ଚାହୁଁଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ଜୁଲାଇ ୧୫ ରେ ରିଲିଜ ହେବାକୁ ଯାଉଛି। ନିକଟରେ ଏକ ସାକ୍ଷାତକାରରେ ଆରଜିଭି ତାଙ୍କୁ ପ୍ରଶଂସା କରି କହିଥିଲେ ବ୍ରୁସ୍ ଲି 'ଉଲ୍ଲେଖନୀୟ ଭାବେ ଭିନ୍ନ'। ମୁଁ ତାଙ୍କର ବହୁତ ବଡ ଫ୍ୟାନ୍‌ । ଏହା ବ୍ୟତୀତ ସେ କହିଥିଲେ କି ମୁଁ ସମଲିଙ୍ଗୀ ନୁହେଁ, କିନ୍ତୁ ସେ (ବ୍ରୁସ୍ ଲି) ହିଁ ମୁଁ ଚୁମ୍ବନ ଦେବାକୁ ଚାହୁଁଛି। କାହିଁକି ନା ବ୍ରୁସ୍ ଲିଙ୍କ ଭିତରେ କିଛି ଅଲଗା ଅଛି, ମୁଁ ଭାବୁନାହିଁ ପାୱାର୍ ପିଚିଙ୍ଗ କରିବାରେ ୧୦-୧୫% ମଧ୍ୟରେ ଅଧିକ ପାର୍ଥକ୍ୟ ଅଛି। ଏହା ତାଙ୍କର ଏପରି ବ୍ୟକ୍ତିତ୍ୱ, ଯାହା ତାଙ୍କର ପରଦାର ଉପସ୍ଥିତି, ଏବଂ ତାଙ୍କ ଆଖି।

ଏହା ବ୍ୟତୀତ ସେ କହିଛନ୍ତି  ବ୍ରୁସ ଲିଙ୍କ ପ୍ରତି ତାଙ୍କର ଉତ୍ସାହ ବିଷୟରେ କହିଥିଲେ ଏବଂ ତାଙ୍କ ଦ୍ୱାରା ଅନୁପ୍ରାଣିତ ଏକ ଫିଲ୍ମ ନିର୍ମାଣ କରି ସେ ବହୁତ ଖୁସି ଥିବା କହିଥିଲେ "ମୁଁ ମୋର କଲେଜ ଦିନରେ ଡ୍ରାଗନ୍ ଏଣ୍ଟର୍ ଦେଖିଥିଲି। ମୁଁ ସବୁବେଳେ ମାର୍ଶଲ ଆର୍ଟ ଫିଲ୍ମ କରିବାକୁ ଚାହୁଁଥିଲି, ବିଶେଷ କରି ତାଙ୍କ (ବ୍ରୁସ୍ ଲି) ଷ୍ଟାଇଲ୍‌ରେ । ଏଥିପାଇଁ ସେ ଏମିତି ଏକ ବ୍ୟକ୍ତିଙ୍କୁ  କାଷ୍ଟ କରିବାକୁ ଚାହୁଁଛି , ଯିଏ ମାର୍ସଲ୍‌ ଆର୍ଟ ସହ ଆକ୍ଟିଙ୍ଗ ମଧ୍ୟ ଜାଣିଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.