ଅଲ୍ଲୁଙ୍କ ଫିଲ୍ମ ‘ପୁଷ୍ପା-୨'କୁ ପ୍ରଶଂସା କଲେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା, କହିଲେ-ୱାଇଲ୍ଡ ଫାୟାର ନୁହେଁ ୱାର୍ଲଡ୍ ଫାୟାର..

Published By : Prameya-News7 Bureau | December 10, 2024 IST

ମୁମ୍ଵାଇ ୧୦।୧୨; ଆଇକନ ଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।

ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ଫିଲ୍ମର ଆୟ ୮୦୦କୋଟି ପାର୍ କରିଛି। ୪ଦିନରେ ଫିଲ୍ମଟି ୮୦୦କୋଟିରୁ ଅଧିକ ଆୟ କରିସାରିଥିବା ବେଳେ ୭ଦିନ ଭିତରେ ଏହା ୧୦୦୦କୋଟି ପାର୍ କରିବ ବୋଲି ଜଣାପଡ଼ିଛି। ଏମଧ୍ୟରେ ଏକ୍ସରେ ପୋଷ୍ଟ କରି ଫିଲ୍ମର ପ୍ରଶଂସା କରିଛନ୍ତି ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା।

ସେ ଲେଖିଛନ୍ତି ଯେ, "ବଲିଉଡ ଇତିହାସରେ ସବୁଠାରୁ ବଡ ଫିଲ୍ମ ହେଉଛି ହିନ୍ଦୀ ଭାଷାରେ ଡବ୍ ‌ହୋଇଥିବା ତେଲୁଗୁ ଚଳଚ୍ଚିତ୍ର ପୁଷ୍ପା-୨। ବଲିଉଡ ଇତିହାସର ସବୁଠୁ ବଡ ଅଭିନେତା ହେଉଛନ୍ତି ଜଣେ ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନ । ଯିଏ ହିନ୍ଦୀ କହିପାରନ୍ତି ନାହିଁ। ତେଣୁ ଏହା ଏବେ ପ୍ୟାନ୍ ଇଣ୍ଡିଆ ନୁହେଁ ତେଲୁଗୁ ଇଣ୍ଡିଆ ।" ଏହାପୂର୍ବରୁ ଫିଲ୍ମର ରିଲିଜ୍ ଦିନ ରାମ ଗୋପାଳ ବର୍ମା ଅଲ୍ଲୁ ଅର୍ଜୁନଙ୍କୁ ପ୍ରଶଂସା କରିଥିଲେ। ସେ ଲେଖିଥିଲେ- "ପୁଷ୍ପା-୨ ୱାଇଲ୍ଡ ଫାୟାର ନୁହେଁ ୱାର୍ଲଡ୍ ଫାୟାର।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.