କିଆରା-ସିଦ୍ଧାର୍ଥ ବିବାହରେ ଆସିବେ ସାଉଥ୍ର ଏହି ସୁପରଷ୍ଟାର, ସାମ୍ନାକୁ ଆସିଲା ଗେଷ୍ଟ ଲିଷ୍ଟ
4/02/2023 at 9:04 AM

ମୁମ୍ଵାଇ ୦୪।୦୨: ଷ୍ଟାରକପଲ୍ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା । ଦୁହେଁ ୬ ଫେବୃଆରୀରେ କରିବାକୁ ଯାଉଛନ୍ତି ବିବାହ। ପ୍ରଶଂସକମାନେ ଏହାକୁ ଶୁଣି ବହୁତ ଖୁସି। ଚଳିତ ବର୍ଷ ଇଣ୍ଡଷ୍ଟ୍ରିର ଏହା ହେଉଛି ଦ୍ୱିତୀୟ ଗ୍ରାଣ୍ଡ ବିବାହ। ଯାହା ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ରାଜସ୍ଥାନର ଜୈସଲମେରରେ ସାତ ଫେରା ନେବାକୁ ଯାଉଛନ୍ତି। ଯାହାର ପ୍ରସ୍ତୁତି ପୁରା ପ୍ରାୟତଃ ସରିଛି । ଆଉ କିଛି ବାକି ଅଛି। ସୁର୍ଯ୍ୟଗଡ ପ୍ରାସାଦକୁ ସମ୍ପୁର୍ଣ୍ଣ ସଜାଯାଇଛି। ମେହେନ୍ଦି ଆର୍ଟିଷ୍ଟ ଭିନା ନାଗଡା ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଧୀରେ ଧୀରେ ଅତିଥିମାନେ ଆସିବାରେ ଲାଗିଛି ।
ରିପୋର୍ଟ ଅନୁଯାୟୀ, ବିବାହରେ ରାମ ଚରଣ ସାମିଲ୍ ହୋଇପାନ୍ତି । କାହିଁକ ନା କିଆରା-ରାମ ଚରଣ ଉଭୟ ‘RC 15’ ଚଳଚ୍ଚିତ୍ରରେ ଏକାଠି କାମ କରୁଛନ୍ତି। ଏହା ବ୍ୟତୀତ ସାହିଦ କପୁର ଏବଂ ମିରା ରାଜପୁତ ବିବାହକୁ ଆସିବା ବିଷୟରେ ସୂଚନା ମଧ୍ୟ ମିଳିଛି। କିଆରା ତାଙ୍କ ବିବାହ ନିମନ୍ତ୍ରଣ ରାମ ଚରଣଙ୍କୁ ପଠାଇଛନ୍ତି । ସେ ତାଙ୍କ ପତ୍ନୀ ସହ ବିବାହ ଉତ୍ସବରେ ଯୋଗଦେବେ। କିଆରା ମଧ୍ୟ ରାମଙ୍କୁ ତାଙ୍କର ଘନିଷ୍ଠ ବନ୍ଧୁ ଭାବରେ ବିବେଚନା କରନ୍ତି ।
କୁହାଯାଉଛି କିଆରା ଏବଂ ସିଦ୍ଧାର୍ଥଙ୍କ ଏହି ବିବାହ ଅତ୍ୟନ୍ତ ଅନ୍ତରଙ୍ଗ ବିବାହ ହେବ। ଏହି ବିବାହରେ କରଣ ଜୋହର, ଅଶ୍ୱିନୀ ୟାର୍ଡୀ ବରୁଣ ଧାୱନ, ନତାଶା ଡାଲାଲଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯାଇଛି। ସମସ୍ତ ଘନିଷ୍ଠ ବନ୍ଧୁ, ସମ୍ପର୍କୀୟ ଏବଂ ପରିବାର ସଦସ୍ୟ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ ପାଇଁ ଖୁସି ଏବଂ ଉତ୍ସାହିତ ଅଛନ୍ତି । ମେହେନ୍ଦୀ ସମାରୋହ ୫ଫେବୃଆରୀରେ ହେବ । ଏବଂ ଫେବୃଆରୀ ୬ରେ ଉଭୟ ସାତ ଫେରା ନେବେ। ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ । ମେହେନ୍ଦୀ ପାଇଁ ଭିନା ନାଗଡାଙ୍କୁ ଡକାଯାଇଛି। ଭିନା ଏୟାରପୋର୍ଟରେ ସ୍ପଟ୍ ବି ହୋଇଥିଲେ । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।