ମାନସିକ କରିଛନ୍ତି ସାଉଥ୍ ସୁପରଷ୍ଟାର ! ଖାଲି ପାଦରେ ଏୟାରପୋର୍ଟରେ ଆସିଲେ ନଜର…

Published By : Prameya-News7 Bureau | February 22, 2023 IST

ମୁମ୍ବାଇ ୨୨।୦୨: ସାଉଥ୍ ସୁପରଷ୍ଟାର ରାମଚରଣ । ସେ ନିଜ ଜୀବନଶୈଳୀ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ସେ ଖାଲି ପାଦରେ ବିମାନବନ୍ଦରରେ ନଜର  ଆସିଛନ୍ତି । ଯାହାପରେ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଚର୍ଚ୍ଚା । କୁହାଯାଉଛି କି ରାମଚରଣ 'RRR' ଫିଲ୍ମକୁ ୨୦୨୩ ଓସ୍କାର ଆଓ୍ବାର୍ଡରେ ସାମିଲ କରିବା ପାଇଁ ମାନସିକ କରିଛନ୍ତି । ରାମ ଚରଣ ଓସ୍କାର ୨୦୨୩ ପାଇଁ ଆମେରିକା ଯାଇଥିଲା । ସେହି ସମୟରେ ଏୟାରପୋର୍ଟରେ ଖାଲି ପାଦରେ ନଜର ଆସିଥିଲେ ରାମଚରଣ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।  

ବାସ୍ତବରେ ରାମ ଚରଣ ଖାଲି ପାଦରେ ନଜର ଆସିବାର କାରଣ ହେଉଛି ଆୟାପ୍ପାଙ୍କ ଦୀକ୍ଷା ନେବା । କହିରଖୁଛୁ କି, ରାମଚରଣ ପ୍ରତିବର୍ଷ ସାବରିମାଳା ମନ୍ଦିରରେ ଆୟାପ୍ପାଙ୍କ ଦୀକ୍ଷା ନେଇଥାନ୍ତି । ଯେଉଁଥିପାଇଁ କଠିନ ରୀତିନୀତି ପାଳନ କରିବାକୁ ପଡିଥାଏ ।  ଏହି ଦୀକ୍ଷା ନେବାକୁ ହେଲେ ଜଣଙ୍କୁ ୪୮ ଦିନ ଉପବାସ କରିବା ସହ ଖାଲି ପାଦରେ ରହିବାକୁ ପଡିଥାଏ । ଯଦି ଏହି ରିପୋର୍ଟକୁ ନଜରକୁ ନେବା ତେବେ ରାମ ଚରଣ ମଧ୍ୟ ଏହି ସମୟରେ ଆୟାପ୍ପାଙ୍କ ଦୀକ୍ଷା ଗ୍ରହଣ କରୁଛନ୍ତି ।

ରାମଚରଣଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ ସେ ଏସ୍ ଏସ୍ ରାଜମୌଲିଙ୍କ ଫିଲ୍ମ 'RRR'ରେ ଜୁନିଅର ଏନଟିଆରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 'RRR' ର ସୁପରହିଟ୍ ଗୀତ 'ନାଟୁ-ନାଟୁ' ଓସ୍କାର ୨୦୨୩ ପାଇଁ ମନୋନୀତ ହୋଇଛି । ଏଥିସହିତ ଏହାର ଗୀତ ଓସ୍କାର ପୂର୍ବରୁ ଗୋଲଡେନ୍ ଗ୍ଲୋବ ପୁରସ୍କାର ହାସଲ  କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.