suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦାମୀ କାର୍ ଓ ଘଣ୍ଟାର ଭାରି ସଉକ୍, ଧନୀରେ ଅନେକ କଳାକାରଙ୍କୁ ଦିଅନ୍ତି ମାତ୍

28/03/2023 at 9:07 AM

ମୁମ୍ବାଇ ୨୮।୦୨; ସାଉଥ୍ ସୁପରଷ୍ଟାର ରାମଚରଣ । ନିଜ ଆକ୍ଟି ଯୋଗୁଁ ସେ ପୁରା ଫେମସ୍ । ଫିଲ୍ମରେ ତାଙ୍କର ଗୋଟିଏ ଝଲକ ପାଇଁ ଚାହିଁ ରହିଥାନ୍ତି ଫ୍ୟାନ୍ । ଆକ୍ଟିଙ୍ଗ୍ ବ୍ୟତୀତ ଧନୀରେ ମଧ୍ୟ ଅନେକ କଳାକାରଙ୍କୁ ଦେଇଥାନ୍ତି ମାତ୍ । ରାମ ଚରଣଙ୍କ ପରିବାରକୁ ହାଇଦ୍ରାବାଦର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ସାମିଲ କରାଯାଇଥାଏ । ତାଙ୍କର ନିଟ୍ ମୂଲ୍ୟ ପ୍ରାୟ 1300 କୋଟି । ରାମଚରଣ ହାଇଦ୍ରାବାଦର ଜୁବୁଲି ହିଲ୍ସର ପ୍ରାଇମ୍ ଲୋକେଶନର ଏକ ଆଲିଶାନ ବଙ୍ଗଳାରେ ରୁହନ୍ତି । ଯାହାର ଦାମ୍ ୩୮ କୋଟି । 

ଆକ୍ଟିଙ୍ଗ୍ ବ୍ୟତିତ କାରର ସଉକ୍ ରଖନ୍ତି ଅଭିନେତା । ତାଙ୍କ ପାଖରେ ରହିଛି ଅନେକ ଲକଜୁରୀ କାର ।  ଏହି ଲିଷ୍ଟରେ ରହିଛି ରୋଲ୍ସ ରୋଏସ୍ ଫାଣ୍ଟମ୍ ପରି ଏକ ଲକ୍ସଜୁରୀ କାର । ଯାହାର ଦାମ୍ ସାତ କୋଟି । ଏହା ବ୍ୟତୀତ ଅଭିନେତାଙ୍କର ତିନି କୋଟି ଆଷ୍ଟନ୍ ମାର୍ଟିନ୍ V8 କାର୍ ମଧ୍ୟ ଅଛି । କୁହାଯାଉଛି କି ଏହା ତାଙ୍କୁ ମ୍ୟାରେଜ ଆନିଭର୍ସରୀରେ ଶୁଶୁର ଘରୁ ମିଳିଥିଲା ଗିଫ୍ଟ । ଏଥିସହିତ ସେ ଏକ ରେଞ୍ଜ ରୋଭରର ମାଲିକ ମଧ୍ୟ ଅଟନ୍ତି । କାର ସହିତ ଘଣ୍ଟାର ସଉକ୍ ରଖନ୍ତି ରାମଚରଣ । ତାଙ୍କ ପାଖରେ ରହିଛି ୩୦ଟି ଦାମୀ ଘଣ୍ଟାର କଲେକ୍ସନ୍ । ସେ ଥରେ ନାଟିଲସ୍ ବ୍ରାଣ୍ଡର ପାଟେକ୍ ଫିଲିପ୍ ୱାଚ୍ ପିନ୍ଧିଥିବାର ନଜର ଆସିଥିଲେ । ଯାହାର ମୂଲ୍ୟ 80 ଲକ୍ଷ ଟଙ୍କା ।

ରାମଚରଣ ଜଣେ ଭଲ ଆକ୍ଟର ହିଁ ନୁହନ୍ତି, ଜଣେ ସଫଳ ବିଜନେସ୍ ମ୍ୟାନ୍ ମଧ୍ୟ । ଟ୍ରୁଜେଟ୍ ଏୟାରଲାଇନ୍ସ କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି ରାମଚରଣ । ଏହି କମ୍ପାନୀରେ ବିନିଯୋଗ କରିଛନ୍ତି 127 କୋଟି ଟଙ୍କା । ଫିଲ୍ମ ପ୍ରମୋସନ ପାଇଁ ରାମ ଚରଣ ନିଜର ପର୍ସନାଲ୍ ଜେଟ୍ ବ୍ୟବହାର କରିଥାନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହି ଅଭିନେତାଙ୍କର ରହିଛି ଯୋଗଦାନ । ତାଙ୍କ ପତ୍ନୀ ଉପସାନା କୋନିଡେଲା ଆପୋଲୋ ଲାଇଫର ଚେୟାରମ୍ୟାନ୍ ଅଟନ୍ତି । ଏଥିରେ ରାମ ଚରଣ ମଧ୍ୟ ଅଂଶୀଦାର ଅଛନ୍ତି ।

ଏତଦବ୍ୟତୀତ ରାମ ଚରଣ ଏକ ପ୍ରଡକ୍ସନ କମ୍ପାନୀର ମାଲିକ ଅଟନ୍ତି । ହାଇଦ୍ରାବାଦରେ ରହିଥିବା ଏହି ପ୍ରଡକ୍ସନ୍ ହାଉସର ବ୍ୟାନରରେ ନିର୍ମିତ ହୋଇଛି କଏଦୀ ନମ୍ବର 150, ସାଇରା ନରସିଂହ ରେଡ୍ଡୀ ଏବଂ ଆଚାର୍ଯ୍ୟ ଭଳି ଫିଲ୍ମ । ତେବେ ରାମ ଚରଣ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି ପ୍ରାୟ 12 କୋଟି ଟଙ୍କା ।

   Related Posts