ରାମ ଚରଣଙ୍କୁ ମିଳିଲା ନୂଆ ସମ୍ମାନ, ଚେନ୍ନାଇର ବିଶ୍ଵବିଦ୍ୟାଳୟରେ ଅଭିନେତାଙ୍କୁ କରାଗଲା ଡକ୍ଟରେଟ୍‌ରେ ସମ୍ମାନିତ

Published By : Prameya-News7 Bureau | April 14, 2024 IST

ମୁମ୍ଵାଇ ୧୪।୦୪: ଦକ୍ଷିଣର ସୁପରଷ୍ଟାର ରାମ ଚରଣଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି। ଯାହାକୁ ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯିବେ। ଚେନ୍ନାଇର ୱେଲ୍ସ ବିଶ୍ୱବିଦ୍ୟାଳୟରୁ ଏହି ଅଭିନେତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଅଭିନେତା ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ରାମ ଚରଣ ଏହି ସ୍ନାତକୋତ୍ତର ସମାରୋହର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ନାଲି ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଏହାକୁ ସେୟାର କରିବାବେଳେ ଅଭିନେତା ନିଜର ଖୁସି ବ୍ୟକ୍ତ କରି କ୍ୟାପସନରେ ଲେଖିଛନ୍ତି, 'ୱେଲ୍ସ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପାଇ ମୁଁ ବହୁତ ଖୁସି। ଏହି ଯାତ୍ରାରେ ମୋ ସହିତ ଥିବା ସେହି ସମସ୍ତ ଲୋକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି।



ଅଭିନେତାଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ସହ କଳାକାରମାନେ ମଧ୍ୟ ତାଙ୍କୁ ଶଭେଚ୍ଛା ଜଣାଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ 'ଆମେ ଆପଣଙ୍କ ପାଇଁ ଗର୍ବିତ। ଅଭିନେତାଙ୍କ ୱାର୍କ ପ୍ରଣ୍ଟ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ତାଙ୍କ ହାତରେ ଅନେକ ଫିଲ୍ମ ଅଛି । ବର୍ତ୍ତମାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗେମ୍ ଚେଞ୍ଜର ପାଇଁ ଚର୍ଚ୍ଚାରେ ଅଛନ୍ତି।  ଏହି ଚଳଚ୍ଚିତ୍ରରେ ସେ କିଆରା ଆଡଭାନୀଙ୍କ ସହ ନଜର ଆସିବେ। ଏହା ବ୍ୟତୀତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଜାହ୍ନବୀ କପୁରଙ୍କ ସହ ହେବାକୁ ଯାଉଛି। ଯାହାର ନାମ RC-16।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.