Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସୁଛି The India house, କାର୍ତ୍ତିକେୟ-୨ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ସହ ନଜର ଆସିବେ ରାମଚରଣ

29/05/2023 at 11:22 AM

ମୁମ୍ଵାଇ ୨୯।୦୫: ଟଲିଉଡର ସୁପରଷ୍ଟାର ରାମ ଚରଣ। ବର୍ତ୍ତମାନ ସେ ସେହି ସସ୍‌ପେନ୍ସରୁ ପରଦା ହଟାଇଛନ୍ତି। ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଯାହାକୁ ନେଇ ସମସ୍ତେ ଅପେକ୍ଷା କରି ରହିଥିଲେ। ନିକଟରେ ଆରଆରଆର ତାରକା ରାମ ଚରଣ ତେଲୁଗୁ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନିଖିଲ ସିଦ୍ଧାର୍ଥ ତାଙ୍କ ଅପକମିଂ ଚଳଚ୍ଚିତ୍ର ସହିତ ଦର୍ଶକଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। କେବଳ ଏତିକି ନୁହେଁ କାର୍ତ୍ତିକେୟ ଷ୍ଟାର ନିଖିଲ ସିଦ୍ଧାର୍ଥ ପୁଣିଥରେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ବଲିଉଡ ତାରକା ଅନୁପମ ଖେରଙ୍କ ସହ ହାତ ମିଳାଇଛନ୍ତି।

ନିକଟରେ ଚଳଚ୍ଚିତ୍ରର ଟିଜର ସେୟାର କରି ଅଭିନେତା ଲେଖିଛନ୍ତି, ‘ଆମର ମହାନ ସ୍ୱାଧୀନତା ସଂଗ୍ରାମୀ ଭେର ସାବରକାର ଗାରୁଙ୍କ ୧୪୦ତମ ଜନ୍ମ ବାର୍ଷିକୀ ଅବସରରେ ଆମେ ଆମର ପରବର୍ତ୍ତୀ ପାନ ଇଣ୍ଡିଆ ରିଲିଜ ଫିଲ୍ମ ଇଣ୍ଡିଆ ହାଉସ ଘୋଷଣା କରୁଛୁ। ଯାହାକି ନିଖିଲ ସିଦ୍ଧାର୍ଥ ଏବଂ ଅନୁପମ ଖେରଙ୍କ ସହ ନିର୍ଦ୍ଦେଶକ ରାମ ଭାମସି କୃଷ୍ଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଜୟ ହିନ୍ଦ।

କହିବାକୁ ଗଲେ ସୁପରଷ୍ଟାର ରାମ ଚରଣ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ବର୍ତ୍ତମାନ ଅଭିନେତା ଏହି ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ରାମ ଚରଣ କେବଳ ଏହି ଚଳଚ୍ଚିତ୍ରର ଉପସ୍ଥାପନା କରୁଛନ୍ତି । ଏହି ଚଳଚ୍ଚିତ୍ରର ମୁଖ୍ୟ ତାରକା ହେଉଛନ୍ତି ନିଖିଲ ସିଦ୍ଧାର୍ଥ। ଅନୁପମ ଖେରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିବ ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ଵରେ ରହିବେ ରାମ ଭାମସି କୃଷ୍ଣ । ଅଭିଷେକ ଅଗ୍ରୱାଲ ଆର୍ଟ ଏବଂ ଭି ମେଗା ପିକ୍ଚର୍ସ ମିଳିତ ଭାବେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଟଲିଉଡ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ଫିଲ୍ମ କାର୍ତ୍ତିକେୟ ୨ ଏକ ବଡ଼ ହିଟ୍ ହୋଇଥିଲା। ଫିଲ୍ମଟି ହିନ୍ଦୀ ଦର୍ଶକଙ୍କ ଠାରୁ ମଧ୍ୟ ଭଲ ପ୍ରତିକ୍ରିୟା ପାଇଥିଲା । ଏବେ ପୁଣି ଥରେ ନିଖିଲ ସିଦ୍ଧାର୍ଥ ପ୍ୟାନ୍ ଇଣ୍ଡିଆ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ଅଛନ୍ତି।

You Can Read :

   Related Posts