ଚିରଞ୍ଜୀବୀଙ୍କ ଘରେ ଖୁସିର ଲହରୀ, ବିବାହର ୧୦ ବର୍ଷ ପରେ ବାପା ହେବେ ରାମ ଚରଣ

Published By : Prameya-News7 Bureau | December 13, 2022 IST

ତାମିଲନାଡୁ ୧୩/୧୨: ବାପା ହେବାକୁ ଯାଉଛନ୍ତି RRR ଫେମ୍ ତଥା ସାଉଥ୍ ସୁପରଷ୍ଟାର ରାମ ଚରଣ । ଇନଷ୍ଟାରେ ସେୟାର କରି ନିଜେ ଜଣାଇଛନ୍ତି ଏହି ଖୁସି ଖବର । ନିକଟରେ ସେ ସେୟାର କରି କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଉପାସନା ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ରାମ ଚରଣଙ୍କୁ ବିବାହ କରିବାର ଦଶ ବର୍ଷ ପରେ ଉପସାନା ବର୍ତ୍ତମାନ ଗର୍ଭବତୀ ଅଛନ୍ତି ।

wp:html
/wp:html

ରାମ ଚରଣ ଏବଂ ଉପାସନା ତଥା ଚିରଞ୍ଜୀବୀଙ୍କ ପରିବାର ପାଇଁ ଏହା ଏକ ଆନନ୍ଦର ମୁହୂର୍ତ୍ତ । କାରଣ ଏହି ବିଉଟିଫୁଲ କପଲ୍‌ ବିବାହର ୧୦ବର୍ଷ ପରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ବର୍ତ୍ତମାନ ରାମ ଚରଣଙ୍କୁ ୩୭ ବର୍ଷ ଏବଂ ଉପାସନାଙ୍କୁ ୩୩ ବର୍ଷ ବୟସ । ଦୁଇ ବର୍ଷ ଡେଟିଂ କରିବା ପରେ ୨୦୧୧ମସିହାରେ ଦୁହିଁଙ୍କର ହୋଇଥିଲା ଏନଗେଜମେଣ୍ଟ । ପରେ ୨୦୧୨ରେ, ଦୁହେଁ କରିଥିଲେ ବିବାହ ।

ରାମ ଚରଣ ଏବଂ ଉପାସନା ଉଭୟ କଲେଜ ସାଙ୍ଗ । ଆଉ କଲେଜରେ ଏକାଠି ପାଠପଢିବା ସମୟରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବନ୍ଧୁତା । ପରେ ଏହି ବନ୍ଧୁତା ପରିଣତ ହୋଇଥିଲା ପ୍ରେମରେ । 'ମାଗଧୀରା' ରିଲିଜ୍ ହେବା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । କିଛିଦିନ ତଳେ ଉପସାନା ଏକ ସାକ୍ଷାତକାରରେ କହିଥିଲେ, 'ମୁଁ ଏବଂ ରାମ ଆରମ୍ଭରେ କେବଳ ବନ୍ଧୁ ଥିଲୁ । କିନ୍ତୁ ପ୍ରାୟ ୨୦୦୯ରେ ଆମେ ଡେଟିଂ ଆରମ୍ଭ କରିଥିଲୁ ।

ରାମ ଚରଣ ଉପସାନାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେବେ ରାମ୍ ସୁଟିଂ ପାଇଁ ବାହାରକୁ ଗଲେ ସେବେ ହିଁ ସେ ମୁଁ ଦୂରତାକୁ ଅନୁଭବ କଲି । ରାମ ମଧ୍ୟ ସେହି ସମାନ କଥା କୁହନ୍ତି କୁହନ୍ତି, 'ଆମେ ସେହି ସମୟରେ ଅନୁଭବ କରିଥିଲୁ ଯେ ଆମେ ପରସ୍ପର ବିନା ବଞ୍ଚି ପାରିବୁ ନାହିଁ । ଏବେ ବିବାହର ୧୦ ବର୍ଷ ପରେ ରାମ ଚରଣ ଏବଂ ଉପସନାଙ୍କ ସ୍ୱପ୍ନ ପୂରଣ ହୋଇଛି । ଆମେ ଘରେ କୁଆଁ କୁଆଁ ରାବ୍ ଶୁଭିବାକୁ ଯାଉଛି ।

ଆମେ ଏଠାରେ କହିରଖୁଯେ, ରାମ ଚରଣଙ୍କ ପତ୍ନୀ ଉପସାନା କାମିନେନି ଜଣେ ବିଜନେସ୍ ଓ୍ୱିମେନ । ସେ ଆପୋଲୋ ହସ୍ପିଟାଲର ଅଧ୍ୟକ୍ଷ ପ୍ରତାପ ରେଡ୍ଡୀଙ୍କ ନାତୁଣୀ । ଉପସାନାଙ୍କ ମାତା ଶୋଭାନା କାମିନେନି ଏବଂ ପିତା ଅନିଲ କାମିନେନି । ଉପସାନା ନିଜେ 'ଆପୋଲୋ ଲାଇଫ୍'ର ଉପାଧ୍ୟକ୍ଷ ତଥା' ବି ପଜିଟିଭ୍ ମ୍ୟାଗେଜିନ'ର ସମ୍ପାଦକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.