ସାଲିଆସାହି ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି

Published By : Prameya-News7 Bureau | November 22, 2019 IST

ଭୁବନେଶ୍ବର ୨୨।୧୧: ରାଜଧାନୀ ଭୁବନେଶ୍ବର ସହର ମଝିରେ ଥିବା ସାଲିଆସାହି ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି ସହ ବିଧାନସଭାର ଘେରାଉର କାର୍ଯ୍ୟକ୍ରମ ରହିଛି  । ବିନା ନୋଟିସରେ ବଳପୂର୍ବକ ସାଲିଆସାହି ଉଚ୍ଛେଦ କରାଯାଉଥିବା ଅଭିଯୋଗ ବସ୍ତିବାସିନ୍ଦା ପକ୍ଷରୁ ରାଲି ।

{"id":187978,"sizeSlug":"large"}

ସୂଚନାଯୋଗ୍ୟ ଯେ, ସାଲିଆ ସାହି ବସ୍ତି ମଝି ଦେଇ ଏକ ଦୁଇ ଶହ ଫୁଟିଆ ରାସ୍ତା ନିର୍ମାଣ ଲାଗି ବିଏମସି ଜବରଦଖଲ ହଟାଇବା ଅଭିଯାନ ଆରମ୍ଭ କରିଛି । ଗତ ୪ ଏବଂ ୭ନଭେମ୍ବରରେ ସାନ୍ତାଳ ବସ୍ତି ପଟୁ ଭଙ୍ଗା ଉଦ୍ୟମ କରାଯାଇଥିଲା , ତେବେ ବସ୍ତିବାସିନ୍ଦା ପ୍ରବଳ ପ୍ରତିବାଦ କରିବା ପରେ ବିଏମସି ଏବଂ ବିଡିଏ କର୍ମଚାରୀ ଫେରିବାକୁ ବାଧ୍ୟ ହୋଇଥିଲେ । ଏବେ ଏହି ବିରୋଧକୁ ଆହୁରି ତୀବ୍ର କରିବାକୁ ବସ୍ତିବାସିନ୍ଦା ଏକାଠି ହେଉଛନ୍ତି । ସାଲିଆସାହିଠାରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯିବ । ସେଠାରେ ଜନ ପ୍ରତିବାଦ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.