ଓଟିଟିକୁ ଆସିବ ରକୁଲଙ୍କ ‘ଛତ୍ରୀୱାଲି’, ଏହି ଦିନ ହେବ ରିଲିଜ୍
6/01/2023 at 12:03 PM

ମୁମ୍ଵାଇ ୦୬।୦୧: ବଲିଉଡ୍ର ସୁନ୍ଦରୀ ରକୁଲ୍ ପ୍ରୀତ୍ ସିଂ । ତାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଛତ୍ରୀୱାଲି’। ବର୍ତ୍ତମାନ ଫିଲ୍ମର ମୋସନ୍ ପୋଷ୍ଟର୍ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ନିଜ ଇନ୍ଷ୍ଟାଗ୍ରାମ୍ରେ ଫିଲ୍ମର ପୋଷ୍ଟର୍ ସେୟାର କରି ଫ୍ୟାନ୍ଙ୍କୁ ଅପ୍ଡେଟ୍ ଦେଇଛନ୍ତି । ମୋସନ୍ ପୋଷ୍ଟର୍ ସହିତ ସେ ଉଲ୍ଲେଖ କରିଛନ୍ତି। ଆସନ୍ତା ୨୦ ତାରିଖରେ ଜି୫ରେ ଛତ୍ରୀୱାଲି ସହିତ ଅଧ୍ୟୟନ କରିବାର ସମୟ’ । ମୋସନ୍ ପୋଷ୍ଟର୍ରେ ଏକ ଶ୍ରେଣୀଗୃହର ଚିତ୍ର ଦେଖିବାକୁ ମିଳିଥିବା ବେଳେ ଯେଉଁଥିରେ ରକୁଲ ବ୍ଲାକ୍ବୋର୍ଡ ନିକଟରେ ଠିଆ ହୋଇଛନ୍ତି ଏବଂ ହାତରେ ବାୟୋଲୋଜି ବହି ଧରିଛନ୍ତି ।
ରୋନି ସ୍କ୍ର୍ୟିୱାଲାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ଛତ୍ରୀୱାଲି’ର ନିର୍ଦ୍ଦେଶନା ଦେଇଛନ୍ତି ତେଜସ ପ୍ରଭା ବିଜୟ ଦେଓସ୍କର । ପୁରୁଷ ଗର୍ଭନିରୋଧକ ଓ ନିରାପଦ ଶାରୀରିକ ସମ୍ପର୍କର ଗୁରୁତ୍ୱ ଉପରେ ଏକ ସଶକ୍ତ ସାମାଜିକ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଫିଲ୍ମର ଉଦ୍ଦେଶ୍ୟ । ଜୀବନର ଏକ ଅଂଶ ସ୍ୱରୂପ ଏହି ଫିଲ୍ମର କାହାଣୀ ହରିୟାଣାରେ ପ୍ରସ୍ତୁତ ହୋଇଛି । ଫିଲ୍ମରେ ରକୁଲ ଏକ କଣ୍ଡୋମ କାରଖାନାରେ କ୍ୱାଲିଟି କଣ୍ଟ୍ରୋଲ୍ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ।
ପ୍ରଥମେ ପ୍ରଥମେ ନିଜ ଚାକିରିକୁ ନେଇ ସେ ଲଜ୍ଜାଶୀଳ ଓ ଅସହଜ ମନେ କରୁଥିଲେ ମଧ୍ୟ ଖୁବ୍ଶୀଘ୍ର ସୁରକ୍ଷିତ ଯୌନ ସମ୍ପର୍କ ବିଷୟରେ ବୁଝିପାରିଛନ୍ତି ଏବଂ ବ୍ୟକ୍ତିଗତ ଭାବେ ଯୌନ ଶିକ୍ଷା ବିଷୟରେ ଖୋଲା କଥା ହେବାକୁ ଆଗଭର ହୋଇଛନ୍ତି । ହାସ୍ୟରସ ଓ ସମ୍ବେଦନଶୀଳତାର ସହିତ ଫିଲ୍ମଟି ସମାଜକୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରୁଛି । ଫିଲ୍ମକୁ ବେଶ ମନୋରଞ୍ଜନଧର୍ମୀ ଦିଗରୁ ପ୍ରସ୍ତୁତ କରାଯାଇଛି, ଯାହାକୁ ପରିବାର ଗହଣରେ ଦେଖିହେବ ବୋଲି ନିର୍ମାତା ସ୍ପଷ୍ଟ କରିଛନ୍ତି ।