ଅଭିନେତ୍ରୀ ରକୁଲ ପ୍ରୀତ ସିଂ କଲେ ପ୍ଲାଷ୍ଟିକ୍ ସର୍ଜରୀ ! ଫଟୋ ଦେଖି ଫ୍ୟାନ୍ସ ଦେଲେ ଏଭଳି କମେଣ୍ଟ...

Published By : Prameya-News7 Bureau | September 26, 2021 IST

ମୁମ୍ବାଇ ୨୬/୦୯ ରକୁଲ ପ୍ରୀତ୍ ସିଂ ହେଉଛନ୍ତି ବଲିଉଡ୍ ର ଏଭଳି ଅଭିନେତ୍ରୀ ଯିଏକି ଖୁବ୍‌ ଚର୍ଚ୍ଚିତ ଚେହେରା । ତେଣୁ ଦର୍ଶକ ତାଙ୍କୁ ସ୍କ୍ରିନ୍ ରେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି । ରକୁଲ ପ୍ରୀତ୍ ଙ୍କ ଚେହେରାରେ ସବୁ ପ୍ରକାରର ଭୂମିକା ପାଇଁ ଏକଦମ ଫିଟ୍ ହୋଇଥାଏ । ସେ ଏମିତି ଏକ ଅଭିନେତ୍ରି ଯିଏକି ଖୁବ୍ କମ୍ ସମୟରେ ବଡ଼ ବଡ଼ ବଜେଟ୍ ର ଫିଲ୍ମ କରି ହିଟ୍ ହୋଇପାରିଛନ୍ତି ।

ତେବେ କିଛିଦିନ ହେବ ତାଙ୍କର ଏକ ପୋଷ୍ଟ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ମାନେ ରାଗି ଯାଇଛନ୍ତି । ଇନଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଚେହେରା ଏକଦମ୍ ଅଲଗା  ଭାବରେ ନଜର ଆସିଛନ୍ତି । ତାଙ୍କର ଉକ୍ତ ଫଟୋରୁ ତାଙ୍କୁ ଚିହ୍ନିବା କଷ୍ଟକର୍ ହୋଇପଡ଼ିଛି । ପୋଷ୍ଟ କରିବାର ମାତ୍ର କିଛି ସମୟ ଭିତରେ ଫଟୋଟିକୁ ୪ ଲକ୍ଷରୁ ଅଧିକ ଲାଇକ୍ ମିଳିଛି ।

wp:html
/wp:html

ହେଲେ କମେଣ୍ଟ ଦେଖିଲେ ଲାଗୁଛି ଯେପରି ଫଟୋକୁ ଡିସଲାଇକ୍ ହୋଇଥିବା ସଂଖ୍ୟା ଅନେକ ରହିଛି । ଫଟୋରେ ତାଙ୍କ ପତଳା ନାକ ଓ ଗାଲକୁ ଦେଖି ଦର୍ଶକଙ୍କୁ ଲାଗୁଛି ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି । ତେଣୁ ଲୋକମାନେ କମେଣ୍ଟରେ କହିଛନ୍ତି ଯେ, ଏ କିଏ ? । ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ, ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି କି, ବଲିଉଡ୍ ବାଲାଙ୍କୁ କଣ ହୋଇଛି? ।

ଏହି ଫଟୋ ସେୟାର କରି ରକୁଲ କ୍ୟାପସନରେ ଲେଖିଛନ୍ତି, କି 'ଅନ୍ ଡିମାଣ୍ଡ ପୋଷ୍ଟ' ଏହା ସହିତ ସେ ହସୁଥିବା ଇମୋଜି ଦେଇଛନ୍ତି। କିନ୍ତୁ ଯେଉଁମାନେ ଏହାକୁ ଦେଖୁଛନ୍ତି ସେମାନେ ଅଭିନେତ୍ରୀଙ୍କୁ ଟ୍ରୋଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.