ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଆୟୋଜିତ

Published By : Prameya-News7 Bureau | August 24, 2021 IST

ଭଦ୍ରକ, ୨୪|୦୮:    ସେବା ହିଁ ସଂଗଠନ । ରକ୍ତଦାନ ମହାପୁଣ୍ୟ ନାରା ନେଇ ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ମୁକୁନ୍ଦଦେବ ମଣ୍ଡଳ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।

ଏହି ଶିବିରରେ ପ୍ରଧାନମନ୍ତ୍ରୀ  ନାରେନ୍ଦ୍ର ମୋଦୀଙ୍କ ସେବା ହିଁ ସଂଗଠନ ଆବାହନ କ୍ରମେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି ରକ୍ତଦାନ ଶିବିରରେ ବହୁ ଅତିଥି ଯୋଗ ଦେଇଥିବା ବେଳେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଛନ୍ତି । 

 ରକ୍ତଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।ତେବେ ଏହି ଶିବିର ଆଗକୁ ମଧ୍ୟ ବିଭିନ୍ନ ମଣ୍ଡଳ ରେ ଜାରି ରହିବ ବୋଲି ରାଜ୍ୟ ସଂଯୋଜକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.