Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାକ୍ଷୀ ପୂର୍ଣ୍ଣିମା ୩୦ ନା ୩୧ ଅଗଷ୍ଟରେ, ଜାଣନ୍ତୁ ତାରିଖ ଓ ରକ୍ଷା ବନ୍ଧନର ଉପଯୁକ୍ତ ସମୟ

16/08/2023 at 5:32 PM

ନୂଆଦିଲ୍ଲୀ ୧୬।୮: ଚଳିତବର୍ଷ ରକ୍ଷା ବନ୍ଧନ ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଛି। ମଳମାସ ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ମଳମାସ କାରଣରୁ ଶ୍ରାବଣ ମାସର ପର୍ବ ପର୍ବାଣୀରେ ବିଳମ୍ବ ହୋଇଛି। ଏଥିରେ ରକ୍ଷାବନ୍ଧନ ଶ୍ରାବଣ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ। ତେବେ ଚଳିତବର୍ଷ ପୂର୍ଣ୍ଣିମା ୨ ଦିନ ରହୁଛି। ପୂର୍ଣ୍ଣିମା ତିଥି ୩୦ ଅଗଷ୍ଟ ୨୦୨୩ ବୁଧବାର ଅପରାହ୍ନରୁ ଆରମ୍ଭ ହୋଇ ପରଦିନ ୩୧ ଅଗଷ୍ଟ ଗୁରୁବାର ପର୍ଯ୍ୟନ୍ତ ରହିବ। ଏଣୁ ଚଳିତବର୍ଷ ରକ୍ଷାବନ୍ଧନ ପର୍ବ ଦୁଇ ଦିନ ଧରି ଅନୁଷ୍ଠିତ ହେବ।

ତେବେ ୩୦ ଅଗଷ୍ଟ ବୁଧବାର ଦିନ ତମାମ ଭଦ୍ରା ଯୋଗ ରହିବ। ଏଣୁ ଯଦି ଅଗଷ୍ଟ ୩୦ ତାରିଖ ଦିନ ରକ୍ଷାବନ୍ଧନ ପାଳନ କରିବାକୁ ଚାହାନ୍ତି ତ ରାତି ୯ଟା ୩ ମିନିଟ୍‌ ପରେ ରାକ୍ଷୀ ବାନ୍ଧି ପାରିବେ। ଏହି ଶୁଭ ସମୟ ୩୧ ଅଗଷ୍ଟ ପୂର୍ବାହ୍ନ  ୭ଟା ୭ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହା ପୂର୍ବରୁ ଆପଣ ରକ୍ଷୀ ବାନ୍ଧି ପାରିବେ। ତେବେ ଆସନ୍ତୁ ଜାଣିବା ଭଦ୍ରା କାଳ କ’ଣ?  ଶନିଦେବତାଙ୍କ ଭଉଣୀଙ୍କ ନାମ ହେଉଛି ଭଦ୍ରା। ଯିଏ ସୂର୍ଯ୍ୟ ଓ ଛାୟାଙ୍କ କନ୍ୟା।

ଧାର୍ମିକ ଗ୍ରନ୍ଥ ଅନୁସାରେ ଭଦ୍ରାଙ୍କ ଜନ୍ମ ଦୈତ୍ୟଙ୍କ ନାଶ ନିମନ୍ତେ ହୋଇଥିଲା। କୁହାଯାଏ ରାବଣଙ୍କ ଭଉଣୀ ଭଦ୍ରା କାଳରେ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ଏଣୁ ରାବଣକୁ ରାମ ବଧ କରିଥିଲେ। କୌଣସି ଶୁଭ କାର୍ଯ୍ୟ କରିବା ବେଳେ ଭଦ୍ରାକାଳ ନିର୍ଣ୍ଣୟ କରାଯାଏ। ଯେପରି କାର୍ଯ୍ୟ ବେଳେ ଭଦ୍ରାକାଳ ନଥାଏ ସେଥି ପ୍ରତି ଦୃଷ୍ଟି ଦିଆଯାଏ।

   Related Posts