Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାକ୍ଷୀ ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ, ଲୋକାଚାର ଭିତ୍ତିରେ ଉତ୍ସବ ପାଳିବାକୁ କହିଲେ ପଞ୍ଜିକାର

29/08/2023 at 5:03 PM

ପୁରୀ ୨୯/୦୮: ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଳନକୁ ନେଇ ବିଭିନ୍ନ କ୍ୟାଲେଣ୍ଡରରେ ପ୍ରକାଶ ପାଇଥିବା ତଥ୍ୟକୁ ନେଇ ଏବେ ସୃଷ୍ଟି ହୋଇଛି ଦ୍ବନ୍ଦ । କେତେକ କ୍ୟାଲେଣ୍ଡରରେ ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖରେ ରକ୍ଷାବନ୍ଧନ ଉତ୍ସବ ପାଳନ ନେଇ ଉଲ୍ଲେଖ ଥିବାବେଳେ ଆଉ କେତେକ କ୍ୟାଲେଣ୍ଡରରେ ୩୧ ତାରିଖ ଗୁରୁବାରରେ ଏହି ଉତ୍ସବ ପାଳନ ନେଇ ଉଲ୍ଲେଖ ରହିଛି।

ଯାହାକୁ ନେଇ ସାଧାରଣରେ ଏବେ ଏହି ଦ୍ବନ୍ଦ ସୃଷ୍ଟି ହୋଇଛି। ତେବେ କେଉଁଦିନ ଲୋକମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କରିବେ ସେନେଇ ସଂଶୟରେ ଥିବାବେଳେ ଏନେଇ ପଞ୍ଜିକାର ମାନେ ସ୍ପଷ୍ଟିକରଣ ଦେଇଛନ୍ତି। ଆସନ୍ତାକାଲି ୩୦ ତାରିଖରେ ଲୋକାଚାର ଭିତ୍ତିରେ ରକ୍ଷାବନ୍ଧନ ଉତ୍ସବ ପାଳନୀୟ ବୋଲି ପଞ୍ଜିକାର କହିଛନ୍ତି।

ସେପଟେ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ଅନୁଯାୟୀ ଆସନ୍ତା ୩୧ ତାରିଖରେ ମହାପ୍ରଭୁଙ୍କ ରକ୍ଷାବନ୍ଧନ ଏବଂ ବଳଭଦ୍ର ଜନ୍ମ ଉତ୍ସବ ଶ୍ରୀମନ୍ଦିରରେ ପାଳନ ହେବାର ବିଧି ଥିବାରୁ ସେହିଦିନ ଦିନ ହିଁ ଲୋକମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କରିପାରିବେ ବୋଲି ମତ ପ୍ରକାଶ ପାଇଛି ।

ଏଣୁ ରକ୍ଷାବନ୍ଧନ ଏବଂ ବଳଦେବ ଜନ୍ମ ଗୋଟିଏ ଦିନରେ ଏବଂ ପରଦିନ ଗହ୍ମା ପୂର୍ଣ୍ଣିମା ଉଲ୍ଲେଖ ଥିବାରୁ ରକ୍ଷାବନ୍ଧନ ଉତ୍ସବ କିଭଳି ଲୋକମାନେ ପାଳନ କରିବେ ସେନେଇ ଦ୍ବନ୍ଦରେ ପଡିଛନ୍ତି। ସେପଟେ ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବ ପାଳନ ନେଇ ଲୋକମାନଙ୍କ ମଧ୍ୟରେ ଦ୍ଵନ୍ଦ ଉଠିଥିବା ବେଳେ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି ପଞ୍ଜିକାର। ଶାସ୍ତ୍ରୀୟ ମତ ଅନୁଯାୟୀ ଆସନ୍ତା ୩୦ ତାରିଖ ବୁଧବାର ମଧ୍ୟାହ୍ନରେ ପୂର୍ଣ୍ଣମୀ ତିଥି ଆରମ୍ଭ ହେଉଥିବାରୁ ବିଧି ଅନୁଯାୟୀ ଲୋକାଚାର ଭିତ୍ତିରେ ସାଧାରଣତଃ ଲୋକମାନେ ଏହି ଦିନ ରକ୍ଷାବନ୍ଧନ ଉତ୍ସବ ପାଳନ କରିବା ଉଚିତ୍ ବୋଲି କହିଛନ୍ତି ପଞ୍ଜିକାର।

ସେହିପରି ଦେବାଳୟ ଗୁଡ଼ିକରେ ସୂର୍ଯ୍ୟୋଦୟ ଠାରୁ ତିଥି ପାଳନ ହେବାର ନିୟମ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷାବନ୍ଧନ ଉତ୍ସବ ୩୧ ତାରିଖ ଗୁରୁବାର ଅନୁଷ୍ଠିତ ହେବ। ଏଣୁ ସାଧାରଣ ଲୋକେ ଦ୍ବନ୍ଦରେ ନପଡ଼ି ଶାସ୍ତ୍ରୀୟ ମତ ଅନୁସାରେ ୩୦ ତାରିଖ ବୁଧବାର ରକ୍ଷାବନ୍ଧନ ଉତ୍ସବ ପାଳନ କରିବା ଉଚିତ୍ ବୋଲି ପଞ୍ଜିକାର ମାନେ ମତ ରଖିଛନ୍ତି।

   Related Posts