ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ, ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସିବ ଭଉଣୀ

Published By : Prameya-News7 Bureau | August 11, 2022 IST

ଭୁବନେଶ୍ୱର ୧୧/୦୮: ଆଜି ରକ୍ଷାବନ୍ଧନ । ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି । ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିଥାଏ ଭଉଣୀ ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ ।

ଭଉଣୀଟିଏ ଭାଇର ଶୁଭମନାସୀ ଭାଇର ହାତରେ ରାକ୍ଷୀଟିଏ ବାନ୍ଧିଦେଇଥାଏ । ଅନୁରୂପ ଭାବେ ଉଉଣୀର ସୁରକ୍ଷା, ସମ୍ମାନ ତଥା ସ୍ୱାଭିମାନରର ପ୍ରତିଶୃତି ନେଇଥାଏ ଭାଇ। ଏହି ପର୍ବକୁ କେବଳ ଓଡିଶା ନୁହେଁ ସାରା ଦେଶରେ କରାଯାଏ ପାଳନ । ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ଏହାକୁ କରାଯାଏ ।

ପୂର୍ଣ୍ଣିମା ଦିନ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇ ହାତରେ ବାନ୍ଧନ୍ତି ରାକ୍ଷୀ । ଏହି ପର୍ବକୁ ନେଇ ରହିଛି ପୌରାଣିକ କାହାଣୀ । ମୁଖ୍ୟ କଥା ହେଉଛି ଦ୍ରୈାପଦୀ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ । ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.