ରାକ୍ଷୀ ସାୱନ୍ତଙ୍କ ବିବାହ ଭାଙ୍ଗିଲା ! ଦେଖନ୍ତୁ ଭିଡିଓରେ କ'ଣ କହୁଛନ୍ତି ସ୍ୱାମୀଙ୍କୁ

Published By : Prameya-News7 Bureau | September 23, 2019 IST

ବଲିଉଡ୍ ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତଙ୍କ ବିବାହ ବିଚ୍ଛେଦ ହୋଇଛି!  ନିକଟରେ ରାକ୍ଷୀ ସୋସାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରୁ ସେ ବିବାହ କରିଥିବା ଏନଆରଆଇ ରିତେଶଙ୍କସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବାର ଅନୁମାନ କରାଯାଉଛି। ଭିଡିଓରେ ରାକ୍ଷୀଙ୍କୁ କାନ୍ଦୁଥିବାର ଦେଖାଯାଇଛି। ଏଥିରେ ସେ ‘ ଯାହା କହିବ ମୁଁ ଶୁଣିବି, ଯାହା କହିବ ମୁଁ ମାନିବି ହେଲେ ମୋତେ ଏପରି ଇଗ୍ନୋର କରନି’ ବୋଲି ରାକ୍ଷୀ କାନ୍ଦି କାନ୍ଦି କହୁଥିବା ଦେଖାଯାଇଛି। 

wp:html
/wp:html

ରାକ୍ଷୀ ଚୁପଚାପ ରିତେଶଙ୍କୁ ଏକ ହୋଟେଲରେ ବିବାହ କରିଥିଲେ। ତାଙ୍କ ବିବାହ ନେଇ କାନକୁ କାନ ଖବରବି ହୋଇନଥିଲା। ତେବେ ସେ ସୋସାଲ ମିଡିଆରେ ପୋଷ୍ଟ କରିଥିବା ଦୁଇଟି ଭିଡିଓରୁ ସେ ବିବାହ ବିଚ୍ଛେଦର ସମ୍ମୁଖୀନ ହୋଇଥିବାର ଏବେ  ଆଶଙ୍କା କରାଯାଉଛି। ଅନ୍ୟ ଭିଡିଓଟିରେ ‘ମହିଳା ଦୁନିଆର ବଡରୁ ବଡ ବିପଦର ମୁକାବିଲା କରିପାରେ ହେଲେ ତା ସ୍ୱାମୀ ତା ସହ ଥିଲେ’ ବୋଲି ରାକ୍ଷୀ କହୁଥିବା ଦେଖାଯାଇଛି। ତେବେ ରାକ୍ଷୀ ତାଙ୍କର ଦୁଇଟି ଜାକ ଭିଡିଓ ପିଲ୍ଟରରେ ପ୍ରସ୍ତୁତ କରିଛନ୍ତି। ହେଲେ ତାଙ୍କୁ କାନ୍ଦୁଥିବାର ଦେଖି ଫ୍ୟାନସ୍ ଏବେ ଖୁବ ମଜା ନେଉଛନ୍ତି।

wp:html
/wp:html

ରାକ୍ଷୀ ସବୁବେଳେ ଡ୍ରାମା କରନ୍ତି। ପୂର୍ବରୁ ଟ୍ରାନ୍ସପ୍ୟାରେଣ୍ଟ ପୋଷାକ ଲାଗି ଚର୍ଚ୍ଚିତ ହେଉଥିବା ବେଳେ ତାଙ୍କୁ ଏହିଭଳି କାନ୍ଦୁଥିବାର ଭିଡଓରେ ଦେଖାଯାଇଥିଲା। କିଛିଦିନ ପୂର୍ବରୁ ରାକ୍ଷୀ ସାୱନ୍ତ ସୋସାଲ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କର ନୂଆ ଗୀତ ‘ଛପନ ଛୁରୀ’କୁ ସେ ବିଗ୍ ବସ୍-୧୩ର ଓପନିଙ୍ଗରେ ପରଫର୍ମ କରିବେ। ଏଥର ତାଙ୍କ ଗୀତ ନିଶ୍ଚିତ ହିଟ୍ ହେବ ବୋଲି ବି କହିଥିଲେ। ସେହିପରି ତାଙ୍କ ସ୍ୱାମୀ ରିତେଶଙ୍କୁ ଟେଲିବିଜନର ୨ଟି କାର୍ଯ୍ୟକ୍ରମରେ ଦେଖାଯାଇପାରେ ବୋଲି ବି କହିଥିଲେ। ଏଥିରେ ଗୋଟିଏ ସଲମାନଙ୍କ ବିଗ୍ ବସ୍ ଓ ଅନ୍ୟଟି କଫି ୱିଦ୍ କରନ ରେ ଏଥିଲାଗି ସେ ଉଭୟ ଅଭିନେତାଙ୍କୁ ନିବେଦନ କରିଥିବା ବି ଉଲ୍ଲେଖ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.