ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ରାକ୍ଷୀ ସାୱନ୍ତଙ୍କ ପତିଙ୍କୁ ମହଙ୍ଗା ପଡିଲା ଝଗଡ଼ା, ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ଆଦିଲ ଦୁର୍ରାନୀ

8/02/2023 at 8:55 PM

ମୁମ୍ବାଇ ୮।୨: ରାକ୍ଷୀ ସାୱନ୍ତ ଓ ଆଦିଲ ଦୁର୍ରାନୀ ବିବାହ ପରଠାରୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀ ତାଙ୍କ ବିବାହ ଘୋଷଣା କରିଦେଇଥିଲେ ବି ଆଦିଲ ବିବାହକୁ ଏପର୍ଯ୍ୟନ୍ତ ସ୍ୱୀକାର କରୁ ନାହାନ୍ତି। ଏହାକୁ ନେଇ ବିବାଦ ଉପୁଜିଥିବା ବେଳେ ଆଦିଲ ଦୁର୍ରାନୀଙ୍କୁ କୋର୍ଟ ବୁଧବାର ୧୪ ଦିନିଆ ବିଚାରବିବାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆଦିଲଙ୍କ ବିରୋଧରେ ରାକ୍ଷୀ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ନିକଟରେ ରାକ୍ଷୀ ସାୱନ୍ତ ତାଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବାସ୍ତବତା ଲୋକଙ୍କ ସାମ୍ନାକୁ ଆଣିଥିଲେ। ଏ ନେଇ ସେ ଆଦିଲଙ୍କ ବିରୋଧରେ ଥାନାକୁ ଯାଇ ଅଭିଯୋଗ ମଧ୍ୟ କରିଥିଲେ। ମୁମ୍ବାଇର ଓସିୱାରା ଥାନାରେ ରାକ୍ଷୀ ଅଭିଯୋଗ କରିଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଆଧାରରେ ଆଦିଲଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ରାକ୍ଷୀ ତାଙ୍କ ଅଭିଯୋଗରେ ଆଦିଲ ତାଙ୍କର ଟଙ୍କା ଓ ଗହଣା ନେଇ ଯାଇଥିବା ଉଲ୍ଲେଖ କରିଥିଲେ। ଏଣୁ ପୋଲିସ ଆଦିଲଙ୍କୁ ଆଇପିସିର ଧାରା ୪୦୬ ଓ ୪୨୦ରେ ଗିରଫ କରିଥିଲା।

ତେବେ କଥା ଏତିକିରେ ଅଟକି ନଥିଲା। ଆଦିଲଙ୍କ ଗିରଫ ପରେ ରାକ୍ଷୀ ସାୱନ୍ତ ଏକ ବୟାନ ଜାରି କରିଥିଲେ। ଯେଉଁଥିରେ ସେ ଆଦିଲଙ୍କ ସମ୍ପର୍କରେ ଅନେକ କିଛି କହିଥିଲେ। ଏଥିରେ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପୋଲିସ ଆଦିଲକୁ ଜେଲ ପଠାଉଥିବା ଦେଖାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେଲା ପୁଣି ଥରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏଥିରେ ସେ ତାଙ୍କ କଥିତ ସ୍ୱାମୀଙ୍କ ଗାର୍ଲ ଫ୍ରେଣ୍ଡଙ୍କ ନାମ ଉଜାଗର କରିଥିଲେ।

   Related Posts