Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଖାନ୍ ଡୁରାନି ଗିରଫ, ପତ୍ନୀଙ୍କ ଏତଲା ପରେ ପୋଲିସର ଆକ୍ସନ

7/02/2023 at 2:27 PM

ମୁମ୍ବାଇ ୦୭/୦୨ : ବଲିଉଡର ଡ୍ରାମା  କୁଇନ୍ ରାକ୍ଷୀ ସାୱାନ୍ତ। ସେ ନିଜ ପ୍ରଫେସନାଲ୍ ଲାଇଫ୍ ସହ ପର୍ସନାଲ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବରୁ ଆଦିଲ ଖାନଙ୍କ ଅଫୋୟାର ଓ ବିବାହ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ରାକ୍ଷୀ । ଅନେକ ସମୟରେ ସେ ଆଦିଲଙ୍କ ସହ ଖୁସି ଥିବା ବି ଗଣମାଧ୍ୟମକୁ ଜଣେଇଥିଲେ। ହେଲେ ଏବେ ସ୍ୱାମୀ ଆଦିଲ ତାଙ୍କ ଉପରେ ଗାଳିଗୁଲଜ ଓ ମାରପିଟ୍ କରୁଥିବା ଭଳି ଆଣିଛନ୍ତି ସଙ୍ଗୀନ୍ ଅଭିଯୋଗ। ଯେଉଁଥିପାଇଁ ଆଦିଲଙ୍କୁ ଗିରଫ କରିଛି ପୋଲିସ୍।

ରାକ୍ଷୀ ସାୱନ୍ତ ଇଟାଇମ୍ସକୁ କହିଛନ୍ତି ଯେ, ଗତକାଲି ରାତିରେ ଅର୍ଥାତ୍ ସୋମବାର ଓଶିୱାରା ପୋଲିସ ତାଙ୍କ ଏତଲା ଆଧାରରେ ଆଦିଲଙ୍କୁ ଗିରଫ କରିଛି। ଏହାସହ ଅଭିନେତ୍ରୀ କାନ୍ଦି କାନ୍ଦି କହିଛନ୍ତି ଯେ, ” ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ସେ ମୋତେ ପିଟିଛନ୍ତି ଏବଂ ମୋର ଟଙ୍କା ଲୁଟି ନେଇଛନ୍ତି। ମୁଁ ଗଣମାଧ୍ୟମକୁ  ଅନୁରୋଧ କରୁଛି କି ସତ୍ୟକୁ ସମର୍ଥନ କର। “

ବିବାହର କିଛି ଦିନ ପରେ, ରାକ୍ଷୀ ଆଦିଲଙ୍କ ନାଁରେ ଆଣିଥିଲେ ଅନେକ ଅଭିଯୋଗ। କହିଥିଲେ, ଆଦିଲଙ୍କର ଏକ୍ସଟ୍ରା ମାରିଟାଲ ଅଫେୟାର ଚାଲିଛି। ସେଥିପାଇଁ ସେ ଆମ ବିବାହକୁ ସିକ୍ରେଟ୍ ରଖିବାକୁ ଚାହୁଁଥିଲେ। କିନ୍ତୁ ସେ ଆହୁରି କହିଛନ୍ତି ଯେ, ନିଜ ପାଇଁ ସେ ନିଜେ ହିଁ ଯଥେଷ୍ଟ। ରାକ୍ଷୀ ଦାବି କରିଛନ୍ତି ଯେ ଆଦିଲଙ୍କ ସମ୍ପର୍କ ସେମାନଙ୍କ ବିବାହକୁ ନଷ୍ଟ କରିଦେଇଛି। ଆଦିଲ୍ ଏବେ ତାଙ୍କୁ ଛାଡିବାକୁ ଧମକ ଦେଉଛନ୍ତି।

ରାକ୍ଷୀ ଆହୁରି  କହିଛନ୍ତି, ” ଜଣେ ଝିଅ ଆଉ ଜଣେ ଝିଅର ଘର ଭାଙ୍ଗୁଛି। ପୁରୁଷମାନେ ତ ସେହିଭଳି କିନ୍ତୁ  ତୁମେ ଜଣେ ଝିଅ ହୋଇ କାହିଁକି ମୋ ଜୀବନ ଖରାପ କରୁଛ।  ଆଦିଲ୍ ତାଙ୍କୁ ମାରମିଟ୍ କରି ଓ ପ୍ରତାରାଣା କରି ଛାଡ଼ିଛନ୍ତି। ଯେଉଁଥିପାଇଁ ତାଙ୍କ ବିରୋଧରେ ଏତଲା ଦେଇଥିବା କହିଛନ୍ତି ରାକ୍ଷୀ।

   Related Posts