ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ
12/02/2023 at 5:49 PM

ମହୀଶୂର: ରାକ୍ଷୀ ସାୱନ୍ତ ସ୍ୱାମୀ ଆଦିଲ ଖାନ ଦୁର୍ରାନୀ ନାଁରେ ଦୁଷ୍କର୍ମା ମାମଲା ରୁଜୁ। ଏହି ଅଭିଯୋଗ ଆଣିଛନ୍ତି ଜଣେ ଇରାନ ଯୁବତୀ। ଏନେଇ ସେ କର୍ଣ୍ଣାଟକ ମହୀଶୂରର ଭିଭି ପୂରମ ଥାନାରେ ଏଫ୍ଆଇର୍ ଦେଇଛନ୍ତି। ଯୁବୀତଙ୍କ ଅଭିଯୋଗ ଅନୁସାରେ, ଆଦିଲ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ମହୀଶୂରରେ ତାଙ୍କ ସହ ଲିଭ୍ ଇନ୍ରେ ରହୁଥିଲେ।
ହେଲେ ବିବାହ କଥା କହିବାରୁ ଆଦିଲ ଏମିତି ଅନେକ ଝିଅଙ୍କ ସହ ସମ୍ପର୍କ ରଖନ୍ତି ବୋଲି କହିଥିଲେ। ଏଥିସହିତ ଘଟଣା ବିଷୟରେ ପୁଲିସରେ ଖବର ଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିବା ଯୁବତୀ ଏଫ୍ଆଇଆର୍ରେ ଦର୍ଶାଇଛନ୍ତି।
ଇରାନୀ ଯୁବତୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଭିଭି ପୂରମ ଥାନା ପୁଲିସ ଆଦିଲ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬, ୪୧୭,୪୨୦,୫୦୪ ଏବଂ ୫୦୬ ଦଫାଇ ଲଗାଯାଇଛି।
ସୂଚନା ଥାଉକି ନିକଟରେ ଆଦିଲଙ୍କ ବିରୋଧରେ ତାଙ୍କ ପତ୍ନୀ ରାକ୍ଷୀ ସାୱନ୍ତ ଠକେଇ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରି ୧୪ ଦିନିଆ ରିମାଣ୍ଡରେ ନେଇଛି। ସେ ବର୍ତ୍ତମାନ ଜେଲ୍ରେ ଥିବା ବେଳେ ଏହା ତାଙ୍କ ବିରୋଧରେ ଦ୍ୱିତୀୟ ଅଭିଯୋଗ।