ଜେଲ୍ରୁ ବାହାରିଲେ ଆଦିଲ୍ଙ୍କୁ ଛାଡପତ୍ର ଦେବେ ରାକ୍ଷୀ, କହିଲେ-ନର୍କ ଜୀବନ ଦରକାର ନାହିଁ
31/03/2023 at 12:47 PM

ମୁମ୍ଵାଇ ୩୧।୦୩: ବଲିଉଡ୍ର ଡ୍ରାମା କ୍ଵିନ୍ ରାକ୍ଷୀ ସାୱନ୍ତ। ତାଙ୍କ ଅଭିଯୋଗ ହେତୁ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନି ବର୍ତ୍ତମାନ ଜେଲରେ ରାତି କଟାଉଛନ୍ତି। ଅଭିନେତ୍ରୀ ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏଠାରେ ରାଖୀ ଇସଲାମ ଧର୍ମକୁ ସମ୍ପୂର୍ଣ୍ଣ ରୂପେ ଫଲୋ କରୁଛନ୍ତି। ବର୍ତ୍ତମାନ ଏହିପରି ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଆଦିଲଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି। ହେଲେ ପୂର୍ବରୁ ସେ ପାଟି କରି କହିଥିଲେ ଯେ ଯାହା ହେଉନା କାହିଁକି। ସେ ତାହା କରିବ ନାହିଁ। ସେ ନିଜ ସ୍ୱାମୀଙ୍କୁ ଛାଡିବେ ନାହିଁ।
‘ବମ୍ବେ ଟାଇମ୍ସ’ ସହିତ ଏକ ବିଶେଷ ବାର୍ତ୍ତାଳାପରେ ରାକ୍ଷୀ ସାୱନ୍ତ ଏକ ମାସ ପୂର୍ବରୁ କହିଥିଲେ ଯେ ସେ ଆଦିଲଙ୍କୁ ଦଣ୍ଡିତ ହେବାକୁ ଚାହୁଁଛନ୍ତି। ୬ ଫେବୃଆରୀରେ ରାକ୍ଷୀ ପାରିବାରିକ ହିଂସା, ପ୍ରତାରଣା, ଟଙ୍କା ଏବଂ ଅଳଙ୍କାର ଚୋରି ଅଭିଯୋଗ କରିଥିଲେ ଏବଂ ଆଦିଲଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଥିଲେ। ୧୨ ଫେବୃଆରୀରେ, ଜଣେ ଇରାନୀୟ ମହିଳା ବଳତ୍କାର ଅଭିଯୋଗ ଆଣିଥିଲେ।
ତାଙ୍କ କହିବାନୁସାରେ, ‘ହଁ ମୁଁ ପୂର୍ବରୁ କହିଥିଲି ଯେ ମୁଁ ଆଦିଲଙ୍କଠାରୁ ଛାଡପତ୍ର ଚାହୁଁ ନାହିଁ କାରଣ ମୁଁ ତାଙ୍କୁ ବହୁତ ଭଲ ପାଏ। ଏପରିକି ଯେତେବେଳେ ସେ ମୋତେ ଦୁର୍ବ୍ୟବହାର କରିଥିଲେ। ମୋତେ ଅସୁବିଧାରେ ପକାଇଲେ । ତଥାପି ମୁଁ ଛାଡପତ୍ର ଚାହୁଁନଥିଲି । କିନ୍ତୁ ବର୍ତ୍ତମାନ ଏକ ମାସ ପାଇଁ ଏକୁଟିଆ ରହିବା ପରେ, ଅନୁଭବ କରିଛି ଯେ ତାଙ୍କ ସହ ରହିବାର କୌଣସି ଅର୍ଥ ନାହିଁ । ଯିଏ ମୋତେ ଆଦୌ ସମ୍ମାନ କରେ ନାହିଁ । ସେ ଜେଲ୍ରୁ ବାହାରକୁ ଆସିବା ମାତ୍ରେ ମୁଁ ଛାଡପତ୍ର ଦେବି । ମୁକ୍ତ ହୋଇ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହୁଁଛି।