ରାକ୍ଷୀ ସାୱନ୍ତ ଭିଡିଓରେ ଖୋଲିଲେ ବିଗ୍ବସ୍ ଗୁମର, କହିଲେ ତାଙ୍କ ପସନ୍ଦ କିଏ
11/02/2020 at 11:30 AM

ମୁମ୍ବାଇ୧୧|୨: ବଲିଉଡ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ରାକ୍ଷୀ ନିଜେ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭିଡିଓରେ ରାକ୍ଷୀ ବିଗ୍ବସ୍ ଘର ବିଷୟରେ କିଛି ବୟାନ ଦେଇଛନ୍ତି। ଏହା ସହ ବିଗ୍ବସ୍ ୧୩ର ପ୍ରତିଯୋଗୀ ସିର୍ଦ୍ଧାର୍ଥ ଶୁକ୍ଳାଙ୍କୁ ନେଇ ନିଜର ମତ ରଖିଛନ୍ତି।

ବହୁ ପ୍ରତିକ୍ଷୀତ ରିଆଲିଟି ଶୋ’ ‘ବିଗ୍ ବସ୍ ୧୩’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି। ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଏବେ ଫିନାଲେରେ ପହଞ୍ଚିବା ପାଇଁ ଜୋସ୍ ଦେଖିବାକୁ ମିଳୁଛି ।ଗ୍ରାଣ୍ଡ ଫିନାଲେ ପାଖେଇଆସୁଥିବାରୁ ବଲିଉଡ କଳାକାର ମଧ୍ୟ ନିଜ ପସନ୍ଦିଦାର ପ୍ରତିଯୋଗୀଙ୍କୁ ସୋସିଆଲ ମିଡିଆରେ ସପୋର୍ଟ କରୁଛନ୍ତି।

ତେବେ ରାକ୍ଷୀ ମଧ୍ୟ ନିକଟରେ ସିର୍ଦ୍ଧାର୍ଥଙ୍କୁ ସପୋର୍ଟ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଶୋ’ ଦେଖି ଦର୍ଶକ ମଧ୍ୟ ଆସିମ୍ ରିୟାଜ୍ ଓ ସିର୍ଦ୍ଧାର୍ଥ ଶୁକ୍ଳାଙ୍କୁ ୱିନର ବୋଲି କହୁଛନ୍ତି। ଠିକ୍ ସେହିଭଳି ରାକ୍ଷୀ ବିଗ୍ବସ୍ ଜଡିତ ଏକ ଖବର ସାମ୍ନାକୁ ଆଣିଛନ୍ତି। ରାକ୍ଷୀ କହିଛନ୍ତି ଯେ, ବିଗ୍ବସ୍ ସ୍କ୍ରିପ୍ଟେଡ୍ ନୁହେଁ। ମଣିଷର ବ୍ୟକ୍ତିତ୍ବ ଯେମିତି ଥାଏ ସେମିତି ହିଁ ଦେଖାଯାଏ।

ରାକ୍ଷୀଙ୍କ କହିବା ଅନୁସାରେ ସିଏ ମଧ୍ୟ ବିଗ୍ବସ୍ ଘରେ ରହିସାରିଛନ୍ତି। ଏହା ପରେ ସେ କହିଛନ୍ତି ଯେ, ସିର୍ଦ୍ଧାର୍ଥ ଶୁକ୍ଳା ଜଣେ ଭଲ ମଣିଷ। ସିର୍ଦ୍ଧାର୍ଥ ପରିଶ୍ରମ କରି ଆଗକୁ ବଢିଛନ୍ତି। ଏମିତି କହି ରାକ୍ଷୀ ସିର୍ଦ୍ଧାର୍ଥ ଶୁକ୍ଳାଙ୍କୁ ସପୋର୍ଟ କରିଛନ୍ତି। ରାକ୍ଷୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ବିଗ୍ବସ୍ ବିଷୟରେ ଏଭଳି ବୟାନ ଦେଇ ପୁଣି ଚର୍ଚ୍ଚାରେ ଅଛନ୍ତି।