କ’ଣ ସିକ୍ରେଟ୍‌ ବିବାହ କଲେ ରାକ୍ଷୀ ଏବଂ ଆଦିଲ ? ଭାଇରାଲ୍‌ ଫଟୋରେ ଚର୍ଚ୍ଚା ଜୋର…

Published By : Prameya-News7 Bureau | January 11, 2023 IST

ମୁମ୍ଵାଇ ୧୧।୦୧: ବଲିଉଡ୍‌ର ଡ୍ରାମା କ୍ଵିନ୍‌ ରାକ୍ଷୀ ସାୱନ୍ତ। ବର୍ତ୍ତମାନ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି ହେଉଛି ଯେ ସେ ଲୁଚିକି ବିବାହ କରି ନେଇଛନ୍ତି । ରାକ୍ଷୀ ଯାହାକୁ ବିବାହ କରିଛନ୍ତି ସେ ଆଉ କେହି ନୁହେଁ ବରଂ ପ୍ରେମିକ ଆଦିଲ ଦୁରାନୀ । ଯାହାର ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି ।

{"width":799,"height":450}
राखी सावंत ने आदिल से कर ली गुपचुप शादी? कोर्ट से लीक फोटोज पर चर्चे तेज

ଫଟୋରେ ରାକ୍ଷୀ ଏକ ଲାଲ୍ ସାଲୱାର୍ ସୁଟ୍ ପିନ୍ଧି ସାର୍ଟିଫିକେଟ୍ ଦସ୍ତଖତ କରୁଥିବା ବେଳେ। ଆଦିଲ ତାଙ୍କ ପାଖରେ କଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧି ଛିଡା ହୋଇଛନ୍ତି। ଦ୍ୱିତୀୟ ଫଟୋରେ ଦୁହେଁ ବେକରେ ଫୁଲମାଳ ପକାଇ ଏବଂ ବିବାହ ପ୍ରମାଣପତ୍ର ହାତରେ ନେଇଛନ୍ତି । କହିବାକୁ ଗଲେ ରାକ୍ଷୀ ଏବଂ ଆଦିଲ କିଛି ସମୟ ଦୁହେଁ ସମ୍ପର୍କ ଥିଲେ। ଉଭୟ ଏହି ସମ୍ପର୍କକୁ ଲୁଚାଇ ନଥିଲେ। କିନ୍ତୁ ଏକ ସାକ୍ଷାତକାରରେ ଆଦିଲ ମଧ୍ୟ କହିଥିଲେ ଯେ ସେ ଧୀରେ ଧୀରେ ନିଜ ପିତାମାତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି।

ରାକ୍ଷୀ ସାୱନ୍ତ ଏବଂ ଆଦିଲ ଦୁରାନୀଙ୍କ ସମ୍ପର୍କ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଏବେ ଉଭୟଙ୍କ ସିକ୍ରେଟ୍‌ ବିବାହର ଖବର ମଧ୍ୟ ଆସୁଛି । ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ରାକ୍ଷୀ ରିତେଶ ସିଂଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହରୁ ଲୋକମାନେ ଦୀର୍ଘ ସମୟ ଧରି ଦ୍ୱନ୍ଦ୍ୱରେ ପଡ଼ିଥିଲେ। ରାକ୍ଷୀ ରିତେଶଙ୍କର କୌଣସି ଫଟୋ ସେୟାର କରିନଥିଲେ। ତାଙ୍କର ପରିଚୟ ସିଧାସଳଖ ବିଗ୍ ବସ୍ ରେ କରାଇଥିଲେ। ବିଗ୍ ବସ୍ ଛାଡିବା ପରେ ରାକ୍ଷୀ ଏବଂ ରିତେଶ ଅଲଗା ହୋଇ ଯାଇଥିଲେ। ରିତେଶ ପୂର୍ବରୁ ବିବାହିତ ଏବଂ ଏକ ସନ୍ତାନର ପିତା ଥିଲେ। ରାକ୍ଷୀ କହିଛନ୍ତି ଯେ ରିତେଶ କୋର୍ଟରେ ଏହି ଜିନିଷ ତାଙ୍କ ଠାରୁ ଲୁଚାଇ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.