ରାକ୍ଷୀ ମାଆଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରୁଛନ୍ତି ମୁକେଶ ଅମ୍ଵାନୀ , ଅଭିନେତ୍ରୀ କଲେ ଖୁଲାସା

Published By : Prameya-News7 Bureau | January 19, 2023 IST

ମୁମ୍ଵାଇ୧୯।୦୧: ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ। କିଛି ନା କିଛି କାରଣକୁ ନେଇ ଆଲୋଚନାକୁ ଆସନ୍ତି । କିନ୍ତୁ ଏବେ ନିଜ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଆଦିଲଙ୍କ ସହ ବିବାହର ଯାତ୍ରା ରାକ୍ଷୀଙ୍କ ପାଇଁ ସହଜ ନଥିଲା। ନିକଟରେ ଆଦିଲ ବିବାହ କରିଥିବା ନେଇ ସ୍ଵୀକାର କରିଥିଲେ । ବର୍ତ୍ତମାନ ମାଆଙ୍କ ଅସୁସ୍ଥତା ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି। ସେତିକି ନଥିଲା ଶୁଣିବାକୁ ମିଳୁଛି କି କୁଆଡେ ତାଙ୍କ ଗର୍ଭପାତ ବି ହୋଇଛି। ରାକ୍ଷୀଙ୍କ ସମସ୍ୟା କମିବାର ନାମ ନେଉନାହିଁ। କ୍ୟାନ୍ସର ପରେ ତାଙ୍କ ମା’ଙ୍କୁ ଏବେ ବ୍ରେନ୍‌ ଟ୍ୟୁମର ହୋଇଛି ଏବଂ ସେ ବର୍ତ୍ତମାନ ସମୟରେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ନିକଟରେ ରାକ୍ଷୀ ନିଜ ମା’ଙ୍କ ରୋଗ ବିଷୟରେ ଖୁଲାସା କରି କହିଛନ୍ତି, ମୁକେଶ ଅମ୍ବାନୀ ତାଙ୍କ ମା’ଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି।

ଏହା ବ୍ୟତୀତ ରାକ୍ଷୀ ଆହୁରି କହିଛନ୍ତି ‘ମୋ ମା’ କାହାକୁ ଚିହ୍ନିପାରୁ ନାହାନ୍ତି। ଠିକ୍‌ ଭାବରେ ଖାଇ ମଧ୍ୟ ପାରୁନାହିଁ। ଅଧାରୁ ଅଧିକ ଶରୀର ପକ୍ଷାଘାତ ହୋଇଯାଇଛି’। ଭାବବିହ୍ଵଳ ହୋଇ କହିଥିଲେ ଯେ ‘ମୁଁ ଅମ୍ବାନୀ ଜୀଙ୍କୁ ମୋ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି। କାହିଁକି ନା ସେ ମୋ ମା’ଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି। ହସ୍ପିଟାଲରେ ଯାହା ଚିକିତ୍ସାରେ ମହଙ୍ଗା ଟ୍ରିଟ୍‌ମେଣ୍ଟ ରହିଛି, ତାହାକୁ କମ୍‌ କରାଉଛନ୍ତି’।

ଆହୁରି କହିଥିଲେ କି, ତାଙ୍କ ମା’ଙ୍କୁ ଦୁଇ ମାସ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାକ୍ଷୀଙ୍କ ଭିଡିଓ ଦେଖିବା ପରେ ସମସ୍ତେ ତାଙ୍କ ମା’ଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଜଣେ ୟୁଜର୍ସ କହିଛନ୍ତି, ‘ରାକ୍ଷୀ ଧୌର୍ଯ୍ୟ ରଖ। ଅନ୍ୟ ଜଣେ କହିଛନ୍ତି, ଆପଣ ଚିନ୍ତା କରନ୍ତୁ ନାହିଁ, ସେ ଜଲ୍‌ଦି ଠିକ୍‌ ହୋଇଯିବେ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.