ରାକ୍ଷୀଙ୍କ ଠାରୁ ୬ବର୍ଷ ସାନ ବୟଫ୍ରେଣ୍ଡ ଅଦିଲ୍‌, ପରିବାର ଲୋକଙ୍କୁ ପସନ୍ଦ ନୁହେଁ ଦୁହିଁଙ୍କ ସମ୍ପର୍କ

Published By : Prameya-News7 Bureau | May 18, 2022 IST

ମୁମ୍ବାଇ ୧୮।୦୫ : ରାକ୍ଷୀ ସାୱନ୍ତ ବର୍ତ୍ତମାନ ତାଙ୍କ ନୁଆ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯାହାର ଫଟୋ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ଏକ ଇଭେଣ୍ଟରେ ଭିଡିଓ କଲ୍‌ରେ ସେ ତାଙ୍କ ନୂଆ ପ୍ରେମିକ ସହିତ ସମଗ୍ର ବିଶ୍ୱକୁ ପରିଚିତ କରାଇଥିଲେ । ଏକ ସାକ୍ଷାତକାର ରାକ୍ଷୀ ସେମାନଙ୍କ ସମ୍ପର୍କ କିପରି ଆଗକୁ ବଢିଲା ସେ ବିଷୟରେ ଜଣାଇଥିଲେ ।

ରାକ୍ଷୀ ତାଙ୍କ ପୂର୍ବ ସ୍ୱାମୀ ରିତେଶଙ୍କ ଠାରୁ ଅଲଗା ହେବା ପରେ ବର୍ତ୍ତମାନ ସେ ତାଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ କହିଛନ୍ତି ଯେ ରିତେଶଙ୍କ ସହ ବ୍ରେକଅପ୍ ହେବା ପରେ ସେ ଡିପ୍ରେସନ୍‌କୁ ଚାଲି ଯାଇଥିଲେ। ଏହି ଦୁଃଖ ସମୟରୁ ବାହାରିବା ପାଇଁ ଅଦିଲ୍‌ ତାଙ୍କର ବହୁତ ସାହାଯ୍ୟ କରିଥିଲେ। ଅଦିଲ ସାକ୍ଷାତ ହେବାର ଏକ ମାସ ପରେ ମୋତେ ପ୍ରପୋଜ୍‌ କରିଥିଲେ। ହେଲେ ମୁଁ ତାଙ୍କଠାରୁ ଛଅ ବର୍ଷ ବଡ । ଆରମ୍ଭରେ ମୁଁ ଏହି ସମ୍ପର୍କ ପାଇଁ ଆଦୌ ପ୍ରସ୍ତୁତ ନଥିଲି । କିନ୍ତୁ ସେ ମୋତେ ବହୁତ ବୁଝାଇଥିଲେ। ପରେ ମୋତେ ମଲାଇକା-ଅର୍ଜୁନ ଏବଂ ପ୍ରିୟଙ୍କା-ନିକଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ଅଦିଲ ମୋତେ କହିଥିଲେ ଯେ ସେ ମୋତେ ବହୁତ ଭଲ ପାଆନ୍ତି । ବହୁତ ଚିନ୍ତା କରିବା ପରେ ମୁଁ ତାଙ୍କୁ ହଁ କରିଥିଲି।

ଏହା ସହ ଆଦୁରି କହିଛନ୍ତି କି ଅଦିଲ ମସୁର ରୁହନ୍ତି । ସେ ଜଣେ ବ୍ୟବସାୟୀ । ମୋତେ ଭେଟିବାକୁ ପ୍ରାୟତଃ ମୁମ୍ବାଇ ଆସନ୍ତି । ଏହା ସହ ମୋତେ କାର୍ ଉପହାର ମଧ୍ୟ ଦେଇଛନ୍ତି। କିନ୍ତୁ ମୁଁ ଟିକେ ଦ୍ୱନ୍ଦ୍ୱରେ ଅଛି । କାହିଁକି ନା ଅଦିଲଙ୍କ ପରିବାର ଆମ ସମ୍ପର୍କ ବିରୁଦ୍ଧରେ ଅଛନ୍ତି । ମୋର ପୋଷାକ ପିନ୍ଧିବା ତାଙ୍କ ପରିବାରକୁ  ପସନ୍ଦ ନୁହେଁ । କିନ୍ତୁ ମୁଁ ନିଜକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ । ଏହି ସବୁ ଜିନିଷ ଯୋଗୁଁ ମୁଁ ଟିକେ ଭୟଭୀତ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.