ଦୁଃଖରେ ଭାଙ୍ଗିପଡିଲେ ରାକ୍ଷୀ, ହସ୍ପିଟାଲ୍ରେ ମା’..ଏବେ ଅଭିନେତ୍ରୀଙ୍କର ହେଲା ଗର୍ଭପାତ
18/01/2023 at 3:04 PM

ମୁମ୍ଵାଇ ୧୮।୦୧: ବିଗ୍ବସ୍ ଫେମ୍ ରାକ୍ଷୀ ସାୱନ୍ତ । ବର୍ତ୍ତମାନ ସେ ଚର୍ଚ୍ଚାର ରହିଛନ୍ତି । ତାଙ୍କ ବିବାହକୁ ନେଇ ନାନା ଆଲୋଚନା ହେଉଥିଲା । ଏବେ ପୁଣି ତାଙ୍କ ମାଆକୁ ନେଇ ଚିନ୍ତାରେ ଅଛନ୍ତି । ରାକ୍ଷୀ ଖୁଲାସା କରିଛନ୍ତି କି ସେ ପ୍ରେଗନାଣ୍ଟ ଥିଲେ। ତାଙ୍କର ମିସକ୍ୟାରେଜ୍ ହୋଇଛି। ଏବିଷୟରେ ବିଗ୍ବସ୍ ମରାଠିରେ ବି କହିଥିଲେ । ହେଲେ ତାଙ୍କ କଥାକୁ କେହି ବିଶ୍ଵାସ କରି ନଥିଲେ କି କେହି ଗୁରୁତ୍ୱ ଦେଇ ନଥିଲେ।
ଫଟୋଗ୍ରାଫର ଭାଇରାଲ ଭୟାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ସହ ବାର୍ତ୍ତାଳାପରେ ରାକ୍ଷୀ ତାଙ୍କ ଗର୍ଭପାତ ବିଷୟରେ ପ୍ରକାଶ କରିଛନ୍ତି। ରାକ୍ଷୀ କହିଛନ୍ତି, ହଁ ଭାଇ, ମୁଁ ଗର୍ଭବତୀ ଥିଲି ଏବଂ ମୁଁ ବିଗ୍ ବସ୍ ମରାଠୀ ଶୋ’ରେ ମଧ୍ୟ ଘୋଷଣା କରିଥିଲି। କିନ୍ତୁ ସମସ୍ତେ ଏହା ଏକ ପରିହାସ ବୋଲି ଭାବିଥିଲେ ଏବଂ ଏହାକୁ କେହି ଗୁରୁତର ସହ ନେଇ ନଥିଲେ। ରାଖୀ ଏହା ମଧ୍ୟ କହିଥିଲେ ଯେ ତାଙ୍କ ଗର୍ଭପାତ ମଧ୍ୟ ହୋଇଛି।
ଗତ କିଛି ଦିନ ହେବ ରାକ୍ଷୀଙ୍କ ପ୍ରେଗନାନ୍ସି ଖବର ସାମ୍ନାକୁ ଆସୁଛି। ଅନେକ ସାକ୍ଷାତକାରରେ ତାଙ୍କ ଗର୍ଭଧାରଣ ବିଷୟରେ କହିବାକୁ ମନା କରିଦେଇଥିଲେ। ଲୋକମାନେ ଅନୁମାନ କରିବା ଆରମ୍ଭ କରିଦେଇଥିଲେ ଯେ ରାଖୀ ଗର୍ଭବତୀ ଅଛନ୍ତି। ସେଥିପାଇଁ ସେ ତାଙ୍କ ବିବାହ ଘୋଷଣା କରିଥିଲେ । ତେବେ ରାକ୍ଷୀଙ୍କ ଏହି ଘୋଷଣା ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।