ମୁମ୍ଵାଇ ପୋଲିସ୍‌ ହେପାଜତରେ ରାକ୍ଷୀ, ଜାଣନ୍ତୁ ପୁରା ମାମଲା

Published By : Prameya-News7 Bureau | January 19, 2023 IST

ମୁମ୍ଵାଇ ୧୯।୦୧: ବଲିଉଡ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ଅଡୁଆ ଥମିବାର ନାଁ ନେଉ ନାହିଁ । ନିକଟରେ ଆଦିଲ ଖାନଙ୍କୁ ବିବାହ କରିଥିବା ରାକ୍ଷୀଙ୍କୁ ବର୍ତ୍ତମାନ ମୁମ୍ବାଇର ଆମ୍ବୋଲି ପୋଲିସ ପଚରାଉଚରା ପାଇଁ ଡକାଇଛି। ଶର୍ଲିନ୍ ଚୋପ୍ରାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ରାକ୍ଷୀଙ୍କୁ ପୋଲିସ ପଚରାଉଚରା କରିବ।

ଶେର୍ଲିନ୍ ଚୋପ୍ରା ଟ୍ୱିଟରରେ ସୂଚନା ଦେଇଛନ୍ତି

କହିବାକୁ ଗଲେ ଶର୍ଲିନ୍ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି "ବ୍ରେକିଙ୍ଗ୍ ନ୍ୟୁଜ୍ !!! FIR ୮୮୩/୨୦୨୨ ସଂପର୍କରେ ଅମ୍ବୋଲି ପୋଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଥିଲା। ଗତକାଲି ରାକ୍ଷୀ ସାୱନ୍ତଙ୍କ ABA ୧୮୭୦/୨୦୨୨ ମୁମ୍ବାଇ କୋର୍ଟ ଦ୍ୱାରା ବରଖାସ୍ତ କରାଯାଇଥିଲା କହିବାକୁ ଗଲେ ରାକ୍ଷୀ କିଛି ସମୟ ପୂର୍ବରୁ ଶର୍ଲିନ୍‌ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ଭାଇରାଲ ହୋଇଥିବାର ଅଭିଯୋଗ ହୋଇଛି। ଏହା ପରେ ଶର୍ଲିନ ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଅମ୍ବୋଲି ପୋଲିସ ଏହି ମାମଲାରେ ପଚରାଉଚରା ପାଇଁ ରାକ୍ଷୀଙ୍କୁ ଡାକିଥିଲା। ଗତକାଲି ମୁମ୍ବାଇର ସେସନ୍ସ କୋର୍ଟ ରାକ୍ଷୀଙ୍କ ଏବିଏକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଆଦିଲଙ୍କୁ ବିବାହ କରିବା ପରେ ରାକ୍ଷୀ ଚର୍ଚ୍ଚାରେ ଅଛନ୍ତି

ରାକ୍ଷୀ ତାଙ୍କ ବିବାହ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀ ପ୍ରକାଶ କରିଛନ୍ତି ଯେ ସେ ଗତ ବର୍ଷ ଆଦିଲଙ୍କୁ ବିବାହ କରିଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ବିବାହ ପ୍ରମାଣପତ୍ରର ଫଟୋ ମଧ୍ୟ ସେୟାର କରିଛନ୍ତି। ଯାହା ଦର୍ଶାଇଥିଲା ଯେ ଏହି ବିବାହ ୨୯ ମଇ ୨୦୨୨ରେ ହୋଇଥିଲା। ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା ବେଳେ ରାକ୍ଷୀ କହିଥିଲେ, ଶେଷରେ ମୁଁ ବହୁତ ଖୁସି ଏବଂ ଉତ୍ସାହିତ ଏବଂ ମୁଁ ବିବାହିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.