ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଦୁବାଇରେ ପୁଣି ଘର ଏବଂ କାର କିଣିଲେ ରାକ୍ଷୀ, ସ୍ଵାମୀ ଆଦିଲଙ୍କୁ ମନେପକାଇ ହେଲେ ଭାବପ୍ରବଣ

7/03/2023 at 1:05 PM

ମୁମ୍ଵାଇ ୦୭।୦୩: ବଲିଉଡ୍‌ର ଡ୍ରାମା କ୍ଵିନ୍‌ ରାକ୍ଷୀ ସାୱନ୍ତ। ନିକଟରେ ତାଙ୍କ ସ୍ଵାମୀକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସ୍ୱାମୀ ଆଦିଲଙ୍କ ଧୋକ୍କା ପରେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ସେ ଦୁବାଇରେ ତାଙ୍କର ଏକ ଏକାଡେମୀ ଖୋଲିଛନ୍ତି ଏବଂ ବର୍ତ୍ତମାନ ସେ ଏକ ନୂଆ ଘର ଏବଂ କାରର ମାଲିକାଣୀ ହୋଇଯାଇଛନ୍ତି। ନିକଟରେ ଦୁବାଇରୁ ଫେରିଥିବା ରାଖୀ ଏ ବିଷୟରେ ଖୁଲାସା କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ସ୍ୱାମୀଙ୍କୁ ମନେ ପକାଇ ଇମୋସନାଲ ହୋଇଯାଇଛନ୍ତି।

ରାକ୍ଷୀ କିଛି ସମୟ ପାଇଁ ଦୁବାଇରେ ଥିଲେ। ଗତ ମାସରେ ସେ ଦୁବାଇ ଯାଇ ତାଙ୍କ ଏକାଡେମୀ ଆରମ୍ଭ କରିଥିଲେ। ସେ ଡ୍ୟାନ୍ସ ଆଣ୍ଡ ଆକ୍ଟିଂ ଏକାଡେମୀ ଆରମ୍ଭ କରିବା ପରେ ୬ ମାର୍ଚ୍ଚ ୨୦୨୩ରେ ଭାରତ ଫେରିଥିଲେ। ତାଙ୍କୁ ବିମାନବନ୍ଦରରେ ଜିମ୍ ଆଉଟଫିଟ୍‌ରେ ଦେଖିବାକୁ ମିଳିଥିଲା। ପାପାରାଜିଙ୍କ ସହ କଥାବାର୍ତ୍ତା କରି ରାକ୍ଷୀ କହିଥିଲେ, ଏକାଡେମୀ ଆରମ୍ଭ ହୋଇଛି। ସେଠାରେ ମୁଁ ଆଉ ଏକ ଘର କିଣିଲି, ଏକ କାର ବି କିଣିଲି । ଏହା ମୋତେ ମୋ କମ୍ପାନୀ ଦେଲା।

ରାକ୍ଷୀ ତାଙ୍କ ଘର ଏବଂ ନୂଆ କାର ବିଷୟରେ ସୂଚନା ଦେବା ପରେ ଭାବପ୍ରବଣ ହୋଇଯାଇଥିଲେ। କହିଥିଲେ ଏଇଟା ସେହି ସ୍ଥାନ ନା ଯେଉଁଠି ମୁଁ ଏବଂ ଆଦିଲ ଏକାଠି ଛିଡା ହୋଇଥିଲୁ । ତାଙ୍କ ଉପରେ ଗୋଲାପ ଫୁଲ ବର୍ଷା କରାଯାଇଥିଲା। ସେ ତାଙ୍କ ସ୍ୱାମୀଙ୍କ ସହିତ ଏହି ରୋମାଣ୍ଟିକ ମୁହୂର୍ତ୍ତକୁ ମନେ ପକାଇ କାନ୍ଦିବାକୁ ଲାଗିଲେ । ଏହା ବ୍ୟତୀତ  ରାକ୍ଷୀ କହିଛନ୍ତି ମୁଁ ତାଙ୍କୁ ଛାଡପତ୍ର ଦେବି ନାହିଁ । କାହିଁକି ନା ଯଦି ମୁଁ ଦେଇଦେଲି ତାହାଲେ ସେ ଆଉ କାହାକୁ ବିବାହ କରିଦେବେ।

   Related Posts