Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଦିନେ ରେଖାଙ୍କ ପାଇଁ ଜଣେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ…

8/03/2023 at 2:23 PM

ମୁମ୍ବାଇ ୦୮।୦୩ : ବଲିଉଡ଼ର ସୁପର ଷ୍ଟାର ଅମିତାଭ ବଚନ ଓ ରେଖାଙ୍କ  ଯୋଡି ଆଜି ବି ସୁପରହିଟ । ଲୋକେ କେବଳ ତାଙ୍କ ଚଳଚିତ୍ର ପାଇଁ ନୁହେ ବରଂ ତାଙ୍କ ଯୋଡିକୁ ନେଇ ଖୁବ ପାଗଳଥିଲେ ।  ଏଥିପାଇଁ ତାଙ୍କ ପ୍ରେମ କାହାଣୀ ଆଜି ବି ଚର୍ଚାରେ , ଏକ ସମୟରେ ଏମାନଙ୍କ ସିନେମାର କ୍ରେଜ଼ ଏମିତି ଥିଲା ଯେ ଲୋକେ ତାଙ୍କ ବିଷୟରେ ଜାଣିବାକୁ କିଛି ବି ମଉକା ହାତଛଡା କରୁନଥିଲେ ।

ଖବର ଅନୁଯାୟୀ, ରେଖା ଓ ଅମିତାଭ ଙ୍କ ପ୍ରେମ କାହାଣୀ ଖୁବ ଚର୍ଚିତ ଥିଲା ।  ଏମିତି ଚର୍ଚାର କାରଣ ଥିଲା ଥରେ ରେଖାଙ୍କୁ  କେହି ଯୁବକ ବାର ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲା  । ସେଟ ପକ୍ଷରୁ ଉକ୍ତ ଯୁବକଙ୍କୁ ମନା କଲେ ବି ସେ ଶୁଣି ନଥିଲେ  । ଏଥିରେ ଅମିତାଭ ବଚନ ରାଗିଯାଇ ସେହି ଯୁବକଙ୍କୁ ପିଟିବାକୁ ଲାଗିଲେ  ।  ଏହି କାରଣରୁ  ଉଭୟଙ୍କ ଭିତରେ ପ୍ରେମ ଚାଲିଥିବା ନେଇ ଚର୍ଚା ଜୋର ଧରିବାକୁ ଲାଗିଲା । ସେହି ସମୟରେ ଅମିତାଭ ବିବାହିତ ଥିବା ବେଳେ ରେଖା ଅବିବାହିତା ଥିଲେ ।    ଉଭୟ ଷ୍ଟାର  ଏ ବିଷୟରେ କିଛି କହିନଥିଲେ ମଧ୍ୟ ଆଜିବି ଉଭୟଙ୍କ ମଧ୍ୟରେ ପ୍ରେମ ଥିବା ଫ୍ୟାନ୍ସ  ଭାବନ୍ତି  । ତେବେ ୟାଶୀର ଉସମାନଙ୍କ ଦ୍ଵାରା ଲିଖିତ  ରେଖା ଦ ଅନ ଟୋଲୋଡ଼  ଷ୍ଟୋରିରେ ଏ ବିଷୟରେ  ଉଲ୍ଲେଖ କରାଯାଇଛି ।

 ଏହି ଷ୍ଟାର ଯୋଡି ଅନେକ ହିଟ  ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।  ସେଗୁଡିକ ହେଲା ଦୋ ଅନଜାନ ,ଖୁନ ପଶିନା ,ଗଙ୍ଗା କି ସୌଂଗନ୍ଧ ,ମିଷ୍ଟ୍ର ନଟବରୱାଲା ,ସୁହାଗ ,ରାମ ବଳରାମ ,ସିଲ ସିଲା  ।  ଯାହା ଆଜିବି ଲୋକେ ଖୁବ ଆଗ୍ରହର ସହ ଦେଖିବାକୁ ପସନ୍ଦ କରନ୍ତି  ।  ଏହି ଚର୍ଚ୍ଚା ପରଠାରୁ ଉଭୟ ପରଦାରେ ଏକାଠି ନଜର ଆସିନାହାନ୍ତି ହେଲେ ଆଜି ବି ତାଙ୍କ ପ୍ରଶଂସକ ତାଙ୍କୁ ଏକାଠି ଦେଖିବାକୁ ଚାହିଁ ରହିଛନ୍ତି ।

   Related Posts