oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କୃଷକ ନେତା ରାକେଶ ଟିକୈତଙ୍କୁ ହତ୍ୟା ଧମକ, ବିହାରରୁ ଆସୁଛି ଧମକପୂର୍ଣ୍ଣ ଫୋନ୍ କଲ୍

27/12/2020 at 9:22 AM

ନୂଆଦିଲ୍ଲୀ,୨୭/୧୨: କୃଷକ ଆନ୍ଦୋଳନ ନେତୃତ୍ୱ ନେଉଥିବା ସଙ୍ଗଠନ ଭାରତୀୟ କିଷାନ ୟୁନିଅନର ଜଣେ ନେତାଙ୍କୁ ହତ୍ୟା ଧମକ ଦିଆଯାଇଛି । ସଙ୍ଗଠନ ନେତା ରାକେଶ ଟିକୈତଙ୍କୁ ବିହାରରୁ ଫୋନ ଯୋଗେ ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ବାରମ୍ବାର ତାଙ୍କ ପାଖକୁ ବିହାରରୁ ଜୀବନରେ ମାରିଦେବା ପାଇଁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଛି । ସେ ଏହାର କଲ ରେକର୍ଡ କରି ପୋଲିସରେ ଦେଇଛନ୍ତି । ଏହାସହ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାକେଶଙ୍କ ସହଯୋଗୀ ଅର୍ଜୁନ ବାଲିୟାନ କହିଛନ୍ତି ଯେ, ଶନିବାର ରାକେଶ ୟୁପିରେ କୃଷକଙ୍କ ଆନ୍ଦୋଳନରେ ସାମିଲ ଥିଲେ । ସେହି ସମୟରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଅପଶବ୍ଦ ପ୍ରୟୋଗ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

ଏଠାରେ କହି ରଖୁଛୁ ଯେ, ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ ଶନିବାର ସିଙ୍ଘୁ ସୀମା ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି । ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କମିଶନର ଶ୍ରୀବାସ୍ତବ କହିଛନ୍ତି ଯେ, ସିଙ୍ଘୁ ସୀମାରେ ଏବେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କିଛି ବଡ ଅଘଟଣର ଆଶଙ୍କା ନାହିଁ । ସମସ୍ତ ବିଭାଗ ସହ ତାଳମେଳ ରଖାଯାଇଥିବା ସେ କହିଛନ୍ତି ।

   Related Posts