ଜୋ ବାଇଡେନଙ୍କୁ ରାକେଶ ଟିକାୟତଙ୍କ ଟ୍ବିଟ୍‌ : କହିଲେ,‘ମୋଦିଙ୍କ ସହ ବୈଠକରେ ଚାଷୀଙ୍କ ମୁଦ୍ଦା ଉଠାଇବେ,୧୧ମାସରେ ଗଲାଣି ୭ଶହ ଜୀବନ’

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୁଦ୍ଧରେ ଦେଶବ୍ୟାପୀ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା କୃଷକ ନେତା ରାକେଶ ଟିକାୟତ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଆସୁଛନ୍ତି । ନୂଆ କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀ ନେତା ରାକେଶ ଟିକାୟତ ଟ୍ବିଟ୍‌ କରି ପୁଣି ବିବାଦ ଛିଡା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟ୍ବିଟ୍‌ କରି ସାହାଯ୍ୟ ମାଗିଛନ୍ତି ରାକେଶ ଟିକାୟତ ।

ବାଇଡେନଙ୍କୁ ଟ୍ବିଟ୍‌ କରି ରାକେଶ ଟିକାୟତ କହିଛନ୍ତି, ‘ପ୍ରିୟ ଜୋ ବାଇଡେନ୍‌, ଭାରତୀୟ ଚାଷୀମାନେ ମୋଦି ସରକାରଙ୍କ ପକ୍ଷରୁ ଆସିଥିବା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ କରିବାର ୧୧ ମାସ ମଧ୍ୟରେ ପ୍ରାୟ ୭୦୦ ଚାଷୀଙ୍କର ମୃତ୍ୟୁ ହୋଇସାରିଲାଣି । ଚାଷୀଙ୍କୁ ରକ୍ଷା କରିବା ପାଇଁ ଏହି ଆଇନ ପ୍ରତ୍ୟାହାର କରାଯିବା ଆବଶ୍ୟକ । ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ବେଳେ ଚାଷୀଙ୍କ ଚିନ୍ତାକୁ ମଧ୍ୟ ଗୁରୁତ୍ବ ଦେବେ ।’

wp:embed {"url":"https://twitter.com/RakeshTikaitBKU/status/1441265329573797899","type":"rich","providerNameSlug":"twitter","responsive":true}
https://twitter.com/RakeshTikaitBKU/status/1441265329573797899
/wp:embed

ରାକେଶ ଟିକାୟତଙ୍କ ଟ୍ବିଟ୍‌ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଟ୍ରେଣ୍ଡ ହେବାରେ ଲାଗିଛି । ଶୁକ୍ରବାର କ୍ବାଡ୍‌ ଦେଶର ନେତାଙ୍କ ସହିତ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡ୍‌ ଦେଶମାନଙ୍କ ମଧ୍ୟରେ ଭାରତ ଏବଂ ଆମେରିକା ସମେତ ଅ​‌େ​‌ଷ୍ଟ୍ରଲିଆ ଏବଂ ଜାପାନ ମଧ୍ୟ ସାମିଲ ଅଛନ୍ତି । ଚାଷୀ ଆନ୍ଦୋଳନ ବର୍ଷେ ପୂରଣ ହେବାକୁ ଯାଉଛି । ଗତ ବର୍ଷ ଅକ୍ଟୋବର ମାସରେ ହିଁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ । ବର୍ଷ ଆରମ୍ଭରେ ପପ୍‌ ଷ୍ଟାର ରିହାନା, ଗ୍ରେଟା ଥନବର୍ଗ, ମିଆ ଖଲିଫାଙ୍କ ସମେତ ଅନେକ ସେଲିବ୍ରିଟି ନୂଆ କୃଷି ଆଇନ ବିରୁଦ୍ଧରେ ଟିପ୍ପଣୀ ଦେଇଥିଲେ ।

ସେତେବେଳେ ଏ ନେଇ ଅନେକ ବିବାଦ ଦେଖାଦେଇଥିଲା । ଅଣଭାରତୀୟ ଲୋକମାନେ କାହିଁକି ଏ ବାବଦରେ ଟିପ୍ପଣୀ ଦେଉଛନ୍ତି ତାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପପ୍‌ ଷ୍ଟାର ଗ୍ରେଟା ଥନବର୍ଗ ଏକ ଟୁଲକିଟ୍‌ ସେୟାର କରି ବିବାଦରେ ଛନ୍ଦି ହୋଇଥିଲେ । ଟୁଲ୍‌କିଟ୍‌ ଯାଞ୍ଚ ବେଳେ ଦିଲ୍ଲୀ ପୋଲିସ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଥିଲା । ଏବେ ଚାଷୀ ନେତା ରାକେଶ ଟିକାୟତଙ୍କ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଏ ନେଇ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.