କେନ୍ଦ୍ରମନ୍ତ୍ରୀ ଟେନିଙ୍କ ବୟାନର ପ୍ରତିକ୍ରିୟା ରଖିଲେ ରାକେଶ ଟିକାୟତ, କହିଲେ ସେ ଆଗରୁ ବି କହିଥିଲେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା
23/08/2022 at 5:15 PM

ନୂଆଦିଲ୍ଲୀ ୨୩।୮: କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିବାଦୀୟ ବୟାନ ଉପରେ କୃଷକ ନେତା ରାକେଶ ଟିକାୟତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଟେନି ଏହି ବୟାନ ତାଙ୍କ ସହ ଚାଷୀଙ୍କୁ ମଧ୍ୟ କହିଛନ୍ତି । ତେବେ ଏହାର ଜବାବ ପ୍ରଧାନମନ୍ତ୍ରୀ ଦେବେ ବୋଲି କହିଛନ୍ତି ଟିକାୟତ। କାରଣ ଚାଷୀ ଭଗବାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ବୋଲି ଟିକାୟତ କହିଛନ୍ତି। ପ୍ରଧାନମନ୍ତ୍ରୀ ଏପରି ଲୋକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ରଖିବା ନିଜର ବଦନାମୀ କରିବା ସହ ସମାନ ବୋଲି ସେ କହିଛନ୍ତି।
ଟେନୀ ପୂର୍ବରୁ ମଧ୍ୟ ବୟାନବାଜୀ କରିଥିଲେ, ଯାହାର ପରିଣାମ ହୋଇଥିଲା ୮ ଜଣଙ୍କ ମୃତ୍ୟୁ। ଚାଷୀଙ୍କ ବିରୋଧରେ ପୁଅକୁ ଉସକାଇଥିଲେ, ଫଳରେ ଲକ୍ଷ୍ମୀପୁର କାଣ୍ଡ ହୋଇଥିବା ବେଳେ ପୁଅ ଏବେ ଜେଲରେ ଅଛି ବୋଲି ଟିକାୟତ କହିଛନ୍ତି। ସେ ଯେତେବେଳେ ବି ବିବାଦୀୟ ବୟାନ ଦିଅନ୍ତି ଏପରି ସବୁ କାଣ୍ଡ ହୋଇଥାଏ। ଏଣୁ ପୋଲିସ ତାଙ୍କ ବୟାନର ସଜ୍ଞାନ ନେବା କଥା ବୋଲି ଟିକାୟତ କହିଛନ୍ତି। ତେବେ ଲକ୍ଷ୍ମୀପୁର ଖୀରିରେ ୫୦ ହଜାର ଲୋକ ୩ ଦିନ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ଟେନୀଙ୍କୁ ଏପରି ବୟାନ ଲାଗି ବାଧ୍ୟ କରିଥିବା ଟିକାୟତ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ପଦରୁ ଟେନୀଙ୍କୁ ତୁରନ୍ତ ହଟାଯାଉ ବୋଲି ଟିକାୟତ ଦାବି କରିଛନ୍ତି। ସେ ଯେଉଁ ପର୍ଯ୍ୟନ୍ତ ପଦବୀରେ ରହିବେ ସେ ପର୍ଯ୍ୟନ୍ତ ଲକ୍ଷ୍ମୀପୁର ଖୀରି ହିଂସାର ତଦନ୍ତ ନିରପେକ୍ଷ ହୋଇପାରିବନି ବୋଲି ଟିକାୟତ କହିଛନ୍ତି। ସେ ତଦନ୍ତକୁ ପ୍ରଭାବିତ କରୁଥିବା ଟିକାୟତ ଅଭିଯୋଗ କରିଛନ୍ତି। ତାଙ୍କୁ ନେଇ ଲକ୍ଷ୍ମୀପୁରରେ ଲୋକେ ଏବେବି ଆତଙ୍କରେ ଥିବା ଓ ଏଥିରୁ ଲୋକଙ୍କୁ ତୁରନ୍ତ ମୁକ୍ତ କରାଯିବା ଦରକାର ବୋଲି ଟିକାୟତ କହିଛନ୍ତି।
ରାକେଶ ଟିକାୟତଙ୍କୁ ଟେନୀ ଦୁଇ କଉଡିର ଲୋକ ବୋଲି କହିଥିଲେ। ତେବେ ଦେଶର ଉପରାଷ୍ଟ୍ରପତି ମଧ୍ୟ ଚାଷୀଙ୍କ ନାମରେ ହୋଇଥିବା ଟିକାୟତ କହିଛନ୍ତି। ଏଣୁ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟେନୀଙ୍କୁ ତାଙ୍କ ବୟାନର ଜବାବ ଦିଅନ୍ତୁ ବୋଲି ସେ କହିଛନ୍ତି। ଟିକାୟତ ପୁଣି ଥରେ ଲକ୍ଷ୍ମୀପୁର ଖୀରି ଗସ୍ତରେ ଯିବେ ବୋଲି କହିଛନ୍ତି। ରାକେଶ ଟିକାୟତ ଲକ୍ଷ୍ମୀପୁର ଖୀରି ହିଂସାକୁ ନେଇ ଲଗାତାର ଟେନୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରୁଛନ୍ତି। ସୋମବାର ଜନ୍ତରମନ୍ତରରେ ମଧ୍ୟ ଟିକାୟତ ଏହି ଦାବି କରିଥିଲେ।