ରାକେଶ ପ୍ରଧାନଙ୍କୁ ନିର୍ମମ ହତ୍ୟା, କଲ୍ ଡିଟେଲ୍ ଯାଞ୍ଚ କରୁଛି ପୋଲିସ
20/07/2023 at 11:39 AM

ବରଗଡ଼ ୨୦।୦୭ : ବରଗଡ଼ ଟାଉନ୍ ଥାନା ଓ୍ୱାର୍ଡ ନମ୍ବର-୧ କେଶବ ନଗରରେ ହତ୍ୟାକାଣ୍ଡ । ଯୁବକ ରାକେଶ ପ୍ରଧାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେପଟେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଛାନ୍ଭିନ୍ ଜାରି ରଖିଛନ୍ତି । ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଛୁରୀ ଓ ମୋବାଇଲ୍ ଜବତ କରିଛି ପୋଲିସ । ମୋବାଇଲ୍ କଲ୍ ଡିଟେଲକୁ ଯାଞ୍ଚ କରିବା ସହ ଦିଗ ଓ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରଖିଛି ଟାଉନ୍ ଥାନା ପୋଲିସ ।
ତେବେ ଯୁବକ ଜଣକ ସ୍ଥାନୀୟ ନିଲିବନ୍ଧ ପଡ଼ାର ଗୌରୀଶଙ୍କର ପ୍ରଧାନଙ୍କ ପୁଅ ରାକେଶ ପ୍ରଧାନ ବୋଲି ଜଣା ପଡିଛି । ପୂର୍ବରୁ କେଶବ ନଗର ପଦାରେ ରହୁଥିଲେ ରାକେଶର ପରିବାର ଲୋକେ ।
Related Posts
ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ
30 November 2023
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023
ଦୁଇ ସ୍ତ୍ରୀ, ୯ ସନ୍ତାନ ଓ ଛଅ ପ୍ରେମିକା: ସୋସିଆଲ ମିଡିଆ ଷ୍ଟାର ଗିରଫ
30 November 2023