vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

୧୭ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା , ମାର୍ଚ୍ଚ ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି

25/02/2020 at 10:28 AM

ନୂଆଦିଲ୍ଲୀ୨୫।୦୨:  ୧୭ ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା । ରାଜ୍ୟସଭାରେ ଖାଲିହେବାକୁ ଥିବା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚରେ ୧୩ରେ ନାମାଙ୍କନ ଦାଖଲ ଶେଷ ଦିନ ରହିଛି । ମାର୍ଚ୍ଚ ୧୮ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି । ମାର୍ଚ୍ଚ ୨୬ତାରିଖରେ  ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏବଂ ସେହିଦିନ ଭୋଗ ଗଣତି ମଧ୍ୟ କରାଯିବ । ନିର୍ବାଚନର ସମସ୍ତ ପ୍ରକ୍ରିୟା ମାର୍ଚ୍ଚ ୩୦ସୁଦ୍ଧା  ଶେଷ ହେବ ।

ତେବେ ନିର୍ବାଚନ ହୋବକୁ ଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ ୭, ଓଡିଶା ୪, ତାମିଲନାଡୁ ୬, ପଶ୍ଚିମବଙ୍ଗ ୫, ଆନ୍ଧ୍ରପ୍ରଦେଶ ୪, ତେଲେଙ୍ଗାନା ୨, ଆସାମ ୩, ବିହାର ୫, ଛତିଶଗଡ ୨, ଗୁଜୁରାଟ ୪, ହରିୟାଣା ୨, ହିମାଚଳ ପ୍ରଦେଶ ୧, ଝାଡଖଣ୍ଡ ୨, ମଧ୍ୟପ୍ରଦେଶ ୩, ମଣିପୁର ୧, ରାଜସ୍ଥାନ ୩, ମେଘାଳୟ ୧ ଟି ଆସନ ଖାଲି ହେବ । ଆସନ୍ତା ମାସରେ ଏହି ସମସ୍ତ ରାଜ୍ୟମାନଙ୍କରେ ଖାଲି ହେବାକୁ ଥିବା ଆସନରେ ନିର୍ବାଚନ କରାଯିବ ।  

   Related Posts