oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟସଭାରେ ITମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିବୃତ୍ତି ଛଡାଇ ନେଲେ TMC ସାଂସଦ ସାନ୍ତନୁ ସେନ୍, ଗୃହ ମୁଲତବୀ

22/07/2021 at 3:25 PM

ନୂଆଦିଲ୍ଲୀ ୨୨।୭: ସଂସଦରେ ସରକାରଙ୍କୁ ସବୁ ରାସ୍ତାରେ ଘେରୁଛନ୍ତି ବିରୋଧୀ। ଏହି କ୍ରମରେ ଗୁରୁବାର ରାଜ୍ୟସଭାରେ ସୂଚନା ଓ ପ୍ରାଦ୍ୟୋଗିକୀ( ଆଇଟି) ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ବିବୃତ୍ତି ଛଡାଇ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସାନ୍ତନୁ ସେନ୍‌ ଚିରି ଦେବା ସହ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ହରିବଂଶ ନାରାୟଣ ସିଂହଙ୍କ ପୋଡିଅମ ଆଡକୁ ଫିଙ୍ଗି ଥିଲେ। ଅପ୍ରିତିକର ପରିସ୍ଥିତିକୁ ନେଇ ହଟ୍ଟଗୋଳ ଜାରି ଥିବା ବେଳେ ଉପବାଚସ୍ପତି ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଛନ୍ତି।

ପେଗାସସ୍ ସ୍ନୁପିଙ୍ଗ ବିବାଦକୁ ନେଇ ଗୁରୁବାର ବିରୋଧୀ ଦଳ ରାଜ୍ୟସଭାରେ  ହୋହଲ୍ଲା କରିଥିଲେ। ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ବୈଷ୍ଣବ ବିବୃତ୍ତି ଦେବାକୁ ଛିଡା ହୋଇଥିଲେ। ଫୋନ ଟ୍ୟାପିଙ୍ଗ ପ୍ରସଙ୍ଗରେ ବୈଷ୍ଣବ ଗୃହକୁ ବିବୃତ୍ତି ଦେବାକୁ ପ୍ରସ୍ତୁତି କରୁଥିବା ବେଳେ ଉପବାଚସ୍ପତି ହରିବଂଶ ନାରାୟଣ ସିଂହ ସାଂସଦମାନଙ୍କୁ ନିଜନିଜ ଆଶନକୁ ଫେରିଯିବାକୁ ଅନୁରୋଧ କରିଥିଲେ। ଏଥିରେ ତୃଣମୂଳ ସାଂସଦ ସାନ୍ତନୁ ସେନ୍‌ ଅଚାନକ ଆଇଟି ମନ୍ତ୍ରୀଙ୍କ ଆସନ ଆଡକୁ ମାଡି ଯାଇ ତାଙ୍କ ହାତରୁ ବିବୃତ୍ତି ଛଡାଇ ନେବା ସହ ଚିରି ଟୁକୁରା ଟୁକୁରା କରି ଉପବାଚସ୍ପତିଙ୍କ ଆଡକୁ ଫିଙ୍ଗି ଥିଲେ।

ଗୁରୁବାର ଗୃହ ମୁଲତବୀ ହେବା ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟସଭା କାର୍ଯ୍ୟ ୨ ଥର ସ୍ଥଗିତ ହୋଇଥିଲା। ଆଇଟି ମନ୍ତ୍ରୀଙ୍କ ବୟାନ ପରେ ଗୃହ ପୁଣି ସ୍ୱଭାବିକ ହେବା ବୋଲି ଆଶା କରାଯାଉଥିବା ବେଳେ ସାନ୍ତନୁ ସେନ୍‌ଙ୍କ କାଣ୍ଡ ଗୃହକୁ ଦିନକ ଲାଗି ଠପ୍ କରିଦେଇଛି। ଗତ ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଲାଣି। ତେବେ ଗତ ୩ ଦିନ ହେଲା ବିରୋଧୀଙ୍କ ଗତିରୋଧ ସଦନର ଉଭଯ ସଦନରେ ଅଚଳାବସ୍ଥା ଲାଗି ରହିଛି।

   Related Posts