ରାଜ୍ୟସଭା ନିର୍ବାଚନ ପାଇଁ ମଙ୍ଗଳବାରଠୁ ନାମାଙ୍କନ ଦାଖଲ, କିଏ ଯିବ ଚାଲିଛି ଅଙ୍କକଷା

Published By : Prameya-News7 Bureau | May 24, 2022 IST

ଭୁବନେଶ୍ୱର ୨୪/୦୫: ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ଦାଖଲ । ୩ ଆସନ ପାଇଁ ହେବ ନାମାଙ୍କନ । ସଂଖ୍ୟା ଦୃଷ୍ଟିରୁ ତିନିରୁ ତିନ ସିଟ୍ ବିଜେଡି ଖାତାକୁ ଯିବା ନିଶ୍ଚିତ । କିନ୍ତୁ କେଉଁ ୩ ଜଣଙ୍କୁ ନବୀନ ଦିଲ୍ଲୀ ପଠାଇବେ ଏହାକୁ ନେଇ ଉଠୁଛି ପଡୁଛି ପାୱାର କରିଡର ।

ରାଜ୍ୟସଭା କାର୍ଡ କିନ୍ତୁ ଏଯାଏ ଖୋଲି ନାହାନ୍ତି ନବୀନ । ଯୁବ, ମହିଳା ଓ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ନବୀନ ଗୁରୁତ୍ୱ ଦେବ, ଏହାକୁ ନେଇ ଅଙ୍କକଷା ଚାଲିଛି । ତେବେ ମହିଳା ଚେହେରାକୁ ସାମନାକୁ ଆଣି ମାଷ୍ଟରଷ୍ଟ୍ରୋକ ଖେଳିବେ ନବୀନ, ତାହା ମଧ୍ୟ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଆସିଛି ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କ ପ୍ରତିକ୍ରିୟା ।

କହିଛନ୍ତି, ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ। ସଠିକ ସମୟରେ ପାର୍ଥି ଚୟନ ସହ ନାମାଙ୍କନ ଭରିବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପାର୍ଥୀ ଚୟନ କ୍ଷମତା ରହିଛି। ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ଉଷାଦେବୀ କହିଛନ୍ତି ଚଳିତ ଥର ମହିଳାଙ୍କୁ ପ୍ରାଥମିକତା ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.