ରାଜ୍ୟ ସଭା ଆସନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା

Published By : Prameya-News7 Bureau | March 01, 2020 IST

ଭୁବନେଶ୍ୱର ୦୧।୦୩-  ରାଜ୍ୟ ସଭା ଅଙ୍କକୁ ନେଇ ଆକଳନ । ରାଜ୍ୟ ସଭା ନିର୍ବାଚନ ଲାଗି ଖାଲି ହେଉଥିବା ଆସନରୁ ବିଜେଡି କେତେଟି ରଖିବ । ବିଜେପିକୁ ଆସନ ଛାଡିବ କି ନାହିଁ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ସଂଖ୍ୟା ଖେଳରେ ବିଜେଡି ୩ଟି ଆସନ ନେବା ସ୍ପଷ୍ଟ ଥିବା ବେଳେ ୪ ର୍ଥ ଆସନ ଲାଗି ସପନେସ୍ସ ରହିଛି । ତେବେ ବିଜେଡି ଚାରୋଟି ଯାକ ସିଟ ରଖିବ ବୋଲି ଦାବି କରୁଥିବା ବେଳେ ଦିଲ୍ଲୀ ଯିବାକୁ ଗୋଡ଼ ଟେକି ବସିଲେଣି କିଛି ଆଶାୟୀ ।

{"id":231371,"sizeSlug":"large"}

କେମିତି ଛିଣ୍ଡିବ ରାଜ୍ୟ ସଭା ଅଙ୍କ ?  ରାଜ୍ୟସଭା ଗଣିତ କହୁଛି ୪ଟିରୁ ୩ଟି ସିଟ ହାତେଇବାକୁ ବିଜେଡି ପାଖରେ ସଂଖ୍ୟା ଅଛି । ତେବେ ୪ର୍ଥ ସିଟ ଲାଗି ବିରୋଧୀ ବିଜେପି ବି ସଂଖ୍ୟା ଖେଳରେ ଦୁର୍ବଳ । ସେଥିଲାଗି  ୪ଟି ଯାକ ସିଟ ହାତେଇବାକୁ ଆଶା କରିଛି ବିଜେଡି । ୪ ଟି ଯାକ ସିଟ ଲାଗି ଦଳରେ ଅନେକ ଆଶାୟୀ । ଦଳ ସାଧାରଣ ସଂପାଦକ ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଦେଇ ରାଜ୍ୟସଭା ଲାଗି ତାଙ୍କ ନାଁରେ ପୂର୍ଣ୍ଣଛେଦ ଟାଣିଛନ୍ତି ନବୀନ । ଆଶାୟୀଙ୍କ ତାଲିକାରେ ପଶ୍ଚିମ ଓଡିଶାରୁ  ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ସିଂହ ଦେଓ, ନଳୀନି ପ୍ରଧାନ,ଶ୍ରୀମୟୀ କର,ରାସେଶ୍ବରୀ ପାଣିଗ୍ରାହୀଙ୍କ ନାଁଥିବାବେଳେ ଉତ୍ତର ଓଡିଶାରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ନାଁ ରହିଛି । ଏଥିସହିତ ଦଳ ପଛୁଆ ବର୍ଗ ଓ ମହିଳା କାର୍ଡ ଖେଳିବାନେଇ ରଣନୀତି କରିପାରେ । ସେପଟେ ସାଧାରଣ ନିର୍ବାଚନରେ ଭୁବନେଶ୍ବର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାହାଣି ଓ ବ୍ରହ୍ମପୁର ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କାଟି ତାଙ୍କୁ ରାଜ୍ୟ ସଭା ପଠାଯିବ ବୋଲି ନବୀନ ଘୋଷଣା କରିଛନ୍ତି । ଘୋଷଣାକୁ ମନେ ପକାଇ ଦିଲ୍ଲୀ ଯିବାକୁ ପାଟ୍ଟସାହାଣଇ ବି ଗୋଡ଼ ଟେକି ବସିଥିବା ବେଳେ ସୁପ୍ରିମୋଙ୍କୁ ଖୁସ କରିବାକୁ ଭଗବାନ ଓ ସଇତାନର ଉପାଖ୍ୟାନ ରଖିଛନ୍ତି ।

{"id":231369,"sizeSlug":"large"}

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି । ସେପଟେ ୪ର୍ଥ ସିଟ ନେବାକୁ ବିଜେପି ପାଖରେ ସଂଖ୍ୟା ବି ନାହିଁ । କିନ୍ତୁ ଗତ ରାଜ୍ୟସଭା ନିର୍ବାଚନ ପରି କିଛି ଯଦି ବୁଝାମଣା ହେଲା ତେବେ ବିଜେପି ପୁଣି ଗୋଟେ ସିଟ୍‌ ହାତେଇବା ଚକ୍କରରେ ରହିପାରେ । ଏମିତି ବି ଚର୍ଚ୍ଚା ହେଉଛି ୪ର୍ଥ ସିଟ ଲାଗି ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଆଗକୁ ଛାଡି ଉଭୟ ବିଜେଡି ଓ ବିଜେପି ସମର୍ଥନ କରିପାରନ୍ତି । ତେବେ ଏସବୁ ବିଜେପିର କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ଉପରେ ହିଁ ନିର୍ଭର କରୁଛି ବୋଲି ଏଠାକାର ନେତାଏ କହୁଛନ୍ତି ।

{"id":231368,"sizeSlug":"large"}

ଫାଭିଓ- ଆକଳନ ଅନେକ, ଆଶାବି ଅନେକ ହେଲେ ରାଜ୍ୟ ସଭାଅଙ୍କ କିପରି କଷିବେ ତାହା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ହିଁ ନିର୍ଭର କରୁଛି । କାହିଁକି ନା ଅନେକ ସମୟରେ ନବୀନଙ୍କ ନିଷ୍ପତ୍ତି ସବୁ ଆକଳନକୁ ଓଲଟ ପାଲଟ କରିଦେଇଛି । ଭୁବନେଶ୍ବରରୁ କ୍ୟାମେରା ପର୍ସନ ଶିବଙ୍କ ସହ ପ୍ରଶାନ୍ତ ସ୍ବାଇଁ ନ୍ୟୁଜ ସେଭେନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.