ଦିଲ୍ଲୀ ସର୍ଭିସ୍ ବିଲ୍ ରାଜ୍ୟସଭାରେ ପାସ୍, AAPକୁ ଝଟକା; ପ୍ରଥମ ପରୀକ୍ଷାରେ ମିଳିତ ବିରୋଧୀ ମେଣ୍ଟ ଫେଲ୍

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ସର୍ଭିସ୍ ବିଲ୍ ସୋମବାର ରାଜ୍ୟସଭାରେ ପାରିତ ହୋଇଛି । ଏହାସହ ଆମ ଆଦାମୀ ପାର୍ଟିକୁ ବଡ଼ ଝଟକା ଲାଗିଛି । ଅନ୍ୟପଟେ ମିଳିତ ବିରୋଧୀ ମେଣ୍ଟ ପ୍ରଥମ ପରୀକ୍ଷାରେ ପରାସ୍ତ ହୋଇଛି । ବିରୋଧୀ ଭୋଟିଂ ପାଇଁ ଦାବି କରିଥିଲେ । ତେବେ ମେସିନରେ ତ୍ରୁଟି ଯୋଗୁଁ ମତ ବିଭାଜନ ସ୍ଲିପ୍ ଜରିଆରେ କରାଯାଇଥିଲା । ବିଲ୍ ସମର୍ଥନରେ ୧୩୧ ଏବଂ ବିରୋଧରେ ୧୦୨ ଜଣ ନିଜ ମତ ଦେଇଥିଲେ । ଶେଷରେ ଏହି ବିଲ୍ ବହୁମତରେ ପାସ ହୋଇଛି ।

wp:embed {"url":"https://www.prameyanews7.com/delhi-service-bill-2023-passed-in-lok-sabha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-service-bill-2023-passed-in-lok-sabha/
/wp:embed wp:html /wp:html

ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ବିଲ୍ ସହ ଜଡିତ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଥିଲେ । ବିଲ କାହିଁକି ଜରୁରୀ, ଏହା ଉପରେ ବିସ୍ତୃତ ଭାବେ କହିଥିଲେ । ଅମିତ ଶାହ କହିଛନ୍ତି ଯେ ଏହି ବିଲ୍ ଆମେ ଶକ୍ତିକୁ କେନ୍ଦ୍ରକୁ ଆଣିବା ପାଇଁ ନୁହେଁ ବରଂ କେନ୍ଦ୍ରକୁ ଦିଆଯାଇଥିବା ଶକ୍ତି ଉପରେ ଦିଲ୍ଲୀ ୟୁଟି ସରକାର ଜବର ଦଖଲ କରୁଛନ୍ତି, ଯାହା ଉପରେ ରୋକ ଲଗାଇବା ପାଇଁ ଏହି ବିଲ୍ ଅଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ବିରୋଧୀ ଦଳଙ୍କ କକ୍ଷତ୍ୟାଗ ଭିତରେ ଦିଲ୍ଲୀ ସର୍ଭିସ ବିଲ୍ ଧ୍ୱନିମତରେ ପାରିତ ହୋଇଥିଲା ।

ରାଜ୍ୟସଭାରେ ସୋମବାର ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଚର୍ଚ୍ଚା ବେଳେ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ନିର୍ବାଚିତ ସରକାରଙ୍କ ଅଧିକାରଙ୍କୁ କମ କରି ସୁପର ସିଏମ୍ ହେବା ଉଦ୍ୟମ କରାଯାଉଥିବା ଅଭିଯୋଗ କରିଥିଲା ।

ଅପରାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହମନ୍ତ୍ରୀ ଅମିତ୍ ଶାହ ଦିଲ୍ଲୀ ସର୍ଭିସ ବିଲକୁ ଚର୍ଚ୍ଚା ପାଇଁ ରଖିଥିଲେ । ଏହାପରେ ବିରୋଧୀ ସାଂସଦ ଶିବା (ଡିଏମକେ), ଜନ ବ୍ରିଟାସ (ମାକପା) ଏବଂ ରାଘବ ଚଡ୍ଡା (ଆପ) ବିଧେୟକକୁ ଚୟନ କମିଟି ନିକଟକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାସହ ବିରୋଧୀ ସଦସ୍ୟମାନେ କେନ୍ଦ୍ର ଦ୍ୱାରା ଜାରି ଅଧ୍ୟାଦେଶ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ । କଂଗ୍ରେସର ବରିଷ୍ଠ ସାଂସଦ ଅଭିଷେକ ମନୁ ସିଙ୍ଘଭୀ ବିଧେୟକ ଉପରେ ଚର୍ଚ୍ଚା କରି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଏବଂ ସରକାର ଏହି ବିଧେୟକ ଜରିଆରେ ଦିଲ୍ଲୀର ସୁପର ସିଏମ୍ ହେବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ । ଅନ୍ୟପଟେ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଧେୟକ ସପକ୍ଷରୁ ଯୁକ୍ତି ରଖିଥିଲେ । ସେ ଦିଲ୍ଲୀର ଆପ୍ ସରକାର ଉପରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଲଗାଇଥିଲେ । ଏହାସହ ଦିଲ୍ଲୀ ପୂର୍ଣ୍ଣ ରାଜ୍ୟ ନୁହେଁ ଏବଂ ସଂସଦ ପାଖରେ ଦିଲ୍ଲୀ ସହ ଜଡିତ ଆଇନ ପ୍ରସ୍ତୁତ କରିବାର ଅଧିକାର ଅଛି ବୋଲି କହିଥିଲେ ।

Also Read: ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଚର୍ଚ୍ଚାରେ ସାମିଲ ହେଲେ ପୂର୍ବତନ ପିଏମ୍ ମନମୋହନ ସିଂ, ହ୍ୱିଲଚେୟାରରେ ପହଞ୍ଚିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.