ଯୁବକଙ୍କ ଉପରେ ଗାଡି ଚଢାଇଦେଲେ ସାଂସଦଙ୍କ ଝିଅ, ସଂଗେ ସଂଗେ ମିଳିଗଲା ଜାମିନ

Published By : Prameya-News7 Bureau | June 19, 2024 IST

ତାମିଲନାଡୁ ୧୯/୦୬: ତାମିଲନାଡୁରେ ପୁଣେ ପୋର୍ସ ଭଳି ଘଟଣା । ଠିକ ମାସକ ପରେ ଘଟିଛି ଏମିତି ଅମାନବୀୟ କାଣ୍ଡ । ଜଣେ ରାଜ୍ୟସଭା ସାଂସଦଙ୍କ ଝିଅ ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ଚଢାଇ ଦେଇଛନ୍ତି ନିଜ BMW । ଫଳରେ ଦୁର୍ଘଟଣାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ପୋଲିସ  ସାଂସଦଙ୍କ ଝିଅଙ୍କୁ ଗିରଫ କରି ସଙ୍ଗେ ସଙ୍ଗେ ଜାମିନରେ ଛାଡ଼ି ଦେଇଛି।

ସୂଚନା ଥାଉକି, ତାମିଲନାଡୁର ରାଜଧାନୀ ଚେନ୍ନାଇରେ ହାଇ ପ୍ରୋଫାଇଲ୍‌ ହିଟ୍‌ ଆଣ୍ଡ ରନ୍‌ ମାମଲା । YSR କଂଗ୍ରେସ ପାର୍ଟି ଏମପି ବିଡ଼ା ମସ୍ତାନ ରାଓଙ୍କ ଝିଅ ମାଧୁରୀ ଏହି ଦୁର୍ଘଟଣା ଘଟାଇଛନ୍ତି। ଚେନ୍ନାଇର ବସନ୍ତ ନଗର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ମାମଲାରେ ପୁଲିସ୍‌ ମାଧୁରୀଙ୍କୁ ଗିରଫ କରି ତୁରନ୍ତ ଜାମିନରେ ଛାଡ଼ି ଦେଇଛି। ମୃତକଜଣକ ହେଉଛନ୍ତି ୨୪ ବର୍ଷୀୟ ସୂର୍ଯ୍ୟ । ସୂର୍ଯ୍ୟ ଜଣେ ପେଣ୍ଟର ଭାବେ କାମ କରୁଥିବା ଜଣାଯାଇଛି । 

ସୋମବାର ରାତିରେ ସୂର୍ଯ୍ୟ ରାସ୍ତା ପାର୍ଶ୍ୱରେ ଥିବା ଫୁଟପାଥରେ ଶୋଇଥିଲେ। ମାଧୁରୀ ନିଜେ BMW କଳାର୍‌ ଡ୍ରାଇଭ କରି ଆସୁଥିବା ବେଳେ ତାଙ୍କ ସହ ଜଣେ ବାନ୍ଧବୀ ବି ତାଙ୍କ ସାଙ୍ଗରେ ଥିଲେ। ହଠାତ୍‌ ଭାରସାମ୍ୟ ହରାଇ ମାଧୁରୀ ସୂର୍ଯ୍ୟଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଆଉ ଘଟଣାସ୍ଥଲରେ ହିଁ ସୂର୍ଯ୍ୟଙ୍କର ମୃତ୍ୟୁ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.