ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଚର୍ଚ୍ଚାରେ ସାମିଲ ହେଲେ ପୂର୍ବତନ ପିଏମ୍ ମନମୋହନ ସିଂ, ହ୍ୱିଲଚେୟାରରେ ପହଞ୍ଚିଲେ

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ସର୍ଭିସ୍ ବିଲ୍ ଉପରେ ଚର୍ଚ୍ଚାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଭାଗ ନେଇଥିଲେ । ରାଜ୍ୟସଭାରେ ବିଲ୍ ଉପରେ ଚର୍ଚ୍ଚାରେ ଭାଗ ନେବା ପାଇଁ ସେ ହ୍ୱିଲଚେୟାରରେ ପହଞ୍ଚିଥିଲେ । ମନମୋହନଙ୍କ ଉପସ୍ଥିତି ଅନେକଙ୍କୁ ଚକିତ କରିଛି । ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନାହାନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ୨୦୨୧ରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ମନମୋହନ ସିଂଙ୍କୁ ୯୦ ବର୍ଷ ହୋଇଛି । ଗୃହରେ ଚର୍ଚ୍ଚା ସମୟରେ ତାଙ୍କ ଉପସ୍ଥିତ ସଂସଦୀୟ ପ୍ରକ୍ରିୟା ପ୍ରତି ତାଙ୍କ ଭଲ ପାଇବାକୁ ଦର୍ଶାଉଛି ।

ପଢନ୍ତୁ: SC ଏବଂ HC ବିଚାରପତିଙ୍କ ଅବସର ବୟସକୁ ବଢାଇ ପାରନ୍ତି କେନ୍ଦ୍ର ସରକାର, ସଂସଦୀୟ କମିଟି କଲା ସମର୍ଥନ

ଗତ ବର୍ଷ ଜୁଲାଇ ୧୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବା ପାଇଁ ଗୃହରେ ପହଞ୍ଚିଥିଲେ । ସେହି ସମୟରେ ମନମୋହନ ସିଂଙ୍କୁ ହ୍ୱିଲଚେୟାରରେ ବସାଇ ଅଣାଯାଇଥିଲା । ବାଲାଟ୍ ବକ୍ସ ନିକଟରେ ପହଞ୍ଚିବା ବେଳେ ତାଙ୍କୁ ଚାରି ଜଣ ସହଯୋଗ କରିଥିଲେ । ଏହାପରେ ସେ ମତଦାନ କରିଥିଲେ । ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ କୌଣସି ବଡ ରାଜନେତା ଏହିପରି ଭାବେ ଭୋଟିଂ ପାଇଁ ପହଞ୍ଚିଥିଲେ । ତାଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ହ୍ୱିଲଚେୟାରରେ ବସି ରାଷ୍ଟ୍ରପତି ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବା ପହଞ୍ଚିଥିଲେ ।

{"id":827722,"sizeSlug":"full","linkDestination":"none"}

ରାଜ୍ୟସଭାରେ ସୋମବାର ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଚର୍ଚ୍ଚା ହୋଇଥିଲା । ଶସାକ ଏବଂ ବିରୋଧୀ ଏହା ଉପରେ ମତ ରଖିଥିଲେ । ମନମୋହନ ସିଂ କଂଗ୍ରେସ ପାର୍ଟିରୁ ରାଜ୍ୟସଭା ସଦସ୍ୟ ଅଟନ୍ତି । ବୟସ ଅଧିକ ହେବା ସତ୍ତ୍ୱେ ତାଙ୍କର ଗୃହରେ ଉପସ୍ଥିତି ପ୍ରଶଂସା ସାଉଁଟୁଛି । ଏହା ସେହି ସାଂସଦମାନଙ୍କ ପାଇଁ ଉଦାହରଣ ଯେଉଁମାନେ ଗୃହକାର୍ଯ୍ୟକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । ଏବଂ ବିଭିନ୍ନ କାରଣ ଦର୍ଶାଇ ଗୃହରେ ଉପସ୍ଥିତ ରୁହନ୍ତି ନାହିଁ ।

Also Read: ଲୋକସଭାରେ ଧ୍ୱନିମତରେ ପାରିତ ହେଲା ଦିଲ୍ଲୀ ସର୍ଭିସ୍ ବିଲ୍, ମିଳିତ ବିରୋଧୀ ମେଣ୍ଟ କଲେ କକ୍ଷତ୍ୟା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.