ରାଜ୍ୟସଭାରେ ୟୁନିଫର୍ମ ସିଭିଲ କୋଡ୍ ବିଲ୍ ଆଗତ, ବିରୋଧୀଙ୍କ ଜୋରଦାର ହଙ୍ଗାମା

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା ଉପରେ ପ୍ରାଇଭେଟ ମେମ୍ୱର ବିଲ ଆଗତ ହେବା ପରେ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଛି । ବିଜେପି ସାଂସଦ କିରୋଡୀ ଲାଲ ମିଣା ଏହି ପ୍ରାଇଭେଟ୍ ବିଲ ଆଗତ କରାଇଥିଲେ । ତେବେ ତାଙ୍କର ଦ ୟୁନିଫର୍ମ ସିଭିଲ କୋର୍ଡ ଇନ ଇଣ୍ଡିଆ ବିଲ, ୨୦୨୦ ବିରୋଧୀ ସଦସ୍ୟଙ୍କ ଆପତ୍ତି ମଧ୍ୟରେ ମଧ-ବିଭାଜନ ପରେ ରାଜ୍ୟସଭାରେ ଆଗତ ହୋଇଛି । ଏହି ବିଧେୟକ ଆଗତ ପାଇଁ ଅଣାଯାଇଥିବା ପ୍ରସ୍ତାବ ସପକ୍ଷରେ ୬୩ ତଥା ବିରୋଧରେ ୨୩ ମତ ପଡିଥିଲା । ଟିଏମସି, ବିଜେଡି ଏବଂ ୱାଇଏସଆରସିପିର ସଦସ୍ୟ ମତ ପୂର୍ବରୁ ହିଁ କିଛି ନ କହି ଗୃହରୁ ଚାଲି ଯାଇଥିଲେ ।

ଗୃହର ଅଧ୍ୟକ୍ଷ ଜଗଦୀପ ଧନକର ଏହି ବିଧେୟକ ଆଗତ କରାଇବ ପାଇଁ ମିଣା ନାଁ ଧରି ଡାକିବା ସମୟରେ ଅନେକ ସଦସ୍ୟ ଏହାର ବିରୋଧରେ ଛିଡା ହୋଇଥିଲେ ଏବଂ ଏହାକୁ ଅନୁମତି ନ ଦେବା ପାଇଁ ଅପିଲ୍ କରିଥିଲେ । ଏହା ଉପରେ ଅଧ୍ୟକ୍ଷ କହିଥିଲେ ଯେ ଏହି ଗୃହ ବିଚାର ବିମର୍ଶ ପାଇଁ ଏବଂ ବିଧେୟକ ଆଗତ କରିବା ଏବଂ ନିଜ କଥା କହିବାର ଅଧିକାର ପ୍ରତ୍ୟକ ସଦସ୍ୟଙ୍କ ପାଖରେ ରହିଛି । ସେ କହିିଲେ ଯେ କିଛି ସଦସ୍ୟ ଏହି ବିଧେୟକକୁ ଆଗତ କରିବାର ବିରୋଧ କରୁଛନ୍ତି। କିନ୍ତୁ ସବୁ କିଛି ବ୍ୟବସ୍ଥା ଅନୁସାରେ ହେବ। ଏହା ପରେ ସାଂସଦ ମିଣାଙ୍କୁ ବିଧେୟକ ଆଗତ କରିବା ପାଇଁ ଅନୁମତି ଦେଇଥିଲେ।

ଗୃହର ନେତା ପୀଷୁୟ ଗୋୟଲ ବିରୋଧକୁ ଖଣ୍ଡନ କରି କହିଥିଲେ ଯେ ଏହି ବିଧେୟକ ସମ୍ୱିଧାନର ନୀତି ନିର୍ଦ୍ଧାରକ ସିଦ୍ଧାନ୍ତ(ଡିପିଏସପି)ର ଅନୁରୂପ ଅଟେ ।  ସେ କହିଥିଲେ ଯେ ବିରୋଧୀ ସଦସ୍ୟ ବିଧେୟକର ବିରୋଧ କରିବା ପାଇଁ ସମ୍ୱିଧାନ ସଭାର ସଦସ୍ୟଙ୍କ ନାଁ ଭୁଲ ଢଙ୍ଗରେ ଉଲ୍ଲେଖ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.