ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟସଭା ମାର୍ଶଲଙ୍କ ପାଇଁ ହୋଇଥିବା ନୂଆ ଡ୍ରେସ୍ କୋଡ ନେଇ ଉଠିଲା ପ୍ରଶ୍ନ : ସମୀକ୍ଷା ଆଦେଶ ଦେଲେ ଅଧ୍ୟକ୍ଷ

19/11/2019 at 2:32 PM

ନୂଆଦିଲ୍ଲୀ ୧୯/୧୧: ଗତକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ସହାୟତା ପାଇଁ ଗୃହରେ ମୁତୟନ ମାର୍ଶଲମାନେ ଏହି ଅଧିବଶନରୁ ନୂଆ ୟୁନିଫର୍ମରେ କାର୍ଯ୍ୟରେ ଯୋଗ ଦେଇଥିଲେ ।  ମାର୍ଶଲମାନେ ମୁଣ୍ଡରେ ପଗଡ଼ି ପରିବର୍ତେ ପି-କ୍ୟାପ୍ ଏବଂ ଆଧୁନିକ ସୁରକ୍ଷାକର୍ମୀଙ୍କ ପୋଷାକ ପିନ୍ଧିଥିଲେ। ଏହା ଗାଢ଼ ସବୁଜ ରଙ୍ଗର ଥିଲା। ତାଙ୍କର ଏହି ନୂଆ ପୋଷାକ ଉପରେ କେତେକ ରାଜନୈତିକ ନେତା ଓ ବୁଦ୍ଧିଜୀବୀଙ୍କ ଟିପ୍ପଣୀ ପରେ ଅଧ୍ୟକ୍ଷ ଏହାର ସମୀକ୍ଷା ପାଇଁ ଆଦେଶ ଦେଇଛନ୍ତି।

ଆଜି ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ ରାଜ୍ୟସଭା ସଚିବାଳୟ ମାର୍ଶଲଙ୍କ ପାଇଁ ନୂଆ ଡ୍ରେସକୋଡ ସ୍ଥିର କରିଥିଲେ। କିନ୍ତୁ ରାଜନୈତିକ ନେତା ଏବଂ ବୁଦ୍ଧିଜୀବୀମାନେ ଏନେଇ ଟୀକା ଟିପ୍ପଣୀ କରିଛନ୍ତି। ଏହାକୁ ନଜରରେ ରଖି ଏଭଳି ସମୀକ୍ଷା ଆଦେଶ ଦିଆଯାଇଛି ।

ପ୍ରକୃତରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଆସନ ପଛରେ ଛିଡ଼ା ହେଉଥିବା ମାର୍ଶଲମାନେ ସେନାଙ୍କ ଭଳି ୟୁନିଫର୍ମ ପିନ୍ଧିଥିବା ନଜର ଆସିଥିଲେ। ଏହା ପୂର୍ବରୁ ମାର୍ଶଲ୍ ବନ୍ଦ ବେକ ଥିବା କମିଜ ଏବଂ ଧଳା ପୋଷାକ ପିନ୍ଧୁଥିଲେ। ତେବେ ଏବେ ମାର୍ଶଲମାନେ ମିଲିଟ୍ରି ଷ୍ଟାଇଲର ଟୋପି ସହ ନୀଳ ରଙ୍ଗର ୟୁନିଫର୍ମ ପିନ୍ଧିଥିବା ସହ କାନ୍ଧରେ ପଟ୍ଟି ମଧ୍ୟ ଧାରଣ କରୁଛନ୍ତି।

ଏହାକୁ ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ବିପି ମଲିକ ବିରୋଧ କରିଥିଲେ। ସେ ତାଙ୍କର ଅସହମତି ଏକ ଟ୍ବିଟ୍ ଜରିଆରେ ବ୍ୟକ୍ତ କରିଛନ୍ତି।  ଶେଷଥର ପାଇଁ ୧୯୫୦ମସିହାରେ ମାର୍ଶଲଙ୍କ ୟୁନିଫର୍ମ ପରିବର୍ତ୍ତନ ହୋଇଥିଲା। ଏହା ପରେ ଏହା ଦ୍ବିତୀୟ ପରିବର୍ତ୍ତନ।

ବାଚସ୍ପତିଙ୍କ ବାମପଟେ ଛିଡ଼ା ହେଉଥିବା ବ୍ୟକ୍ତିମାନେ ମାର୍ଶଲ ହୋଇଥାଆନ୍ତି ଏବଂ ଅନ୍ୟ ଜଣେ ଡେପୁଟି ମାର୍ଶଲ ହୋଇଥାଆନ୍ତି। ଆପଣମାନେ ଭାବୁଥିବେ ଯେ ଏମାନଙ୍କ କାମ ଚେୟାର ଆଦେଶରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସଦସ୍ୟଙ୍କୁ ବାହାର କରିବା ଏବଂ ବିଶୃଙ୍ଖଳା ସମୟରେ କାହାକୁ ବାଚସ୍ପତିଙ୍କ ନିକଟକୁ ଯିବାରୁ ରୋକିବା ହୋଇଥାଏ। ଯଦି ଆପଣମାନେ ସେୟା ଭାବୁଛନ୍ତି ତାହେଲେ ଆପଣ ଭୁଲ୍।

ପ୍ରକୃତରେ ଏହି ମାର୍ଶଲ୍ ସଦନ ଚଲାଇବାରେ ବାଚସ୍ପତିଙ୍କ ସାହାଯ୍ୟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ଏମାନଙ୍କୁ ମଧ୍ୟ କଠିନ ପଦ୍ଧତି ମାଧ୍ୟମରେ ଚୟନ କରାଯାଏ। ସଂସଦର ନିୟମ ଏବଂ ପ୍ରକ୍ରିୟାକୁ ନେଇ ଏମାନଙ୍କ ଜ୍ଞାନ ପରୀକ୍ଷା କରାଯାଇଥାଏ।

   Related Posts