ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ସୁଜିତ କୁମାର ସବୁଠୁ ଧନୀ...

Published By : Prameya-News7 Bureau | March 11, 2020 IST

ଭୁବନେଶ୍ବର୧୧/୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ୪ ଜଣଙ୍କର ସଂପତ୍ତି ତାଲିକା ସହ ସତ୍ୟପାଠରେ ଦିଆଯାଇଥିବା ଅନ୍ୟ ତଥ୍ୟ ପ୍ରକାଶ ପାଇଛି । ବିଜେଡିର ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସୁଜିତ କୁମାର କୋଟିପତି। ଅନ୍ୟ ତିନିଜଣ ହେଉଛନ୍ତି ଲକ୍ଷପତି । ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କ ମୋଟ ସଂପତ୍ତିର ମୂଲ୍ୟ ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କା। ତାଙ୍କ ନାଁରେ ୧୧ଟି ଅପରାଧିକ ମାମଲା ରହିଛି ।୭ ଲକ୍ଷ ୨୫ ହଜାର ଟଙ୍କା ମୂଲ୍ୟର ଘର ସୁବାସ ସିଂହଙ୍କ ଅଛି । ସେ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍‌ କରିଛନ୍ତି। ୧୯୮୬ ମସିହାରେ ଓକିଲାତି ପାସ୍‌ କରିଛନ୍ତି ସୁବାସ ସିଂହ।

{"id":236754,"sizeSlug":"large"}

ବିଜେଡିର ଅନ୍ୟତମ ପ୍ରାର୍ଥୀ ମୁନ୍ନା ଖାଁଙ୍କର ମୋଟ୍ ସଂପତ୍ତିର ମୂଲ୍ୟ ୩୨ ଲକ୍ଷ ୯୫ ହଜାର ୫୭୬ ଟଙ୍କା। ତାଙ୍କର ଏକ ହୋଣ୍ଡା ସିଟି କାର୍‌ ଅଛି । ଡାକ ଘରେ ୨ ଲକ୍ଷ ୩୬ ହଜାର ୮୬୬ ଟଙ୍କା ଜମା ଅଛି। ମୁନ୍ନା ଖାଁଙ୍କ ନାଁରେ ୧୪ ଲକ୍ଷ ଟଙ୍କାର ଋଣ ଅଛି ।୨୨ ଲକ୍ଷ ୫୦ ହଜାର ଟଙ୍କାର ଏଲ୍‌ଆଇସି ରହିଛି। ୨୪ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ରହିଛି । ୧ କୋଟି ୬୦ ଲକ୍ଷ ୩୯୦ ଟଙ୍କା ମୂଲ୍ୟର ଜମି ରହିଛି । ମୁନ୍ନା ଖାଁ ୧୯୮୩ରେ ଆନ୍ଧ୍ର ୟୁନିଭର୍ସିଟିରୁ ମାଟ୍ରିକ ପାସ୍‌ କରିଛନ୍ତି।

ବିଜେଡିର ଅନ୍ୟତମ ପ୍ରାର୍ଥୀ ସୁଜିତ କୁମାରଙ୍କ ମୋଟ୍‌ ସଂପତ୍ତିର ମୂଲ୍ୟ ୧ କୋଟି ୧୦ ଲକ୍ଷ ୯ ହଜାର ୨୩୦ ଟଙ୍କା ।ତାଙ୍କ ପତ୍ନୀଙ୍କ ନାଁରେ ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କା ରହିଛି । ଭୁବନେଶ୍ବର ଧଉଳିନଗରରେ ଏକ ଜାଗା ରହିଛି । ସୁଜିତ କୁମାରଙ୍କ ମୋଟ ସ୍ଥାବର ସମ୍ପତି ମୂଲ୍ୟ ୭୮ ଲକ୍ଷ ୩୦ ହଜାର ଟଙ୍କା। ୭ଟି କମ୍ପାନୀରେ ତାଙ୍କର ୫୧ ଲକ୍ଷ ୫୩ ହଜାର ଟଙ୍କାର ପୁଞ୍ଜିନିବେଶ ଅଛି ।

ବିଜେଡି  ପ୍ରାର୍ଥୀ ମମତା ମାହନ୍ତଙ୍କର ସମ୍ପତ୍ତିର ମୂଲ୍ୟ ୨୫ ଲକ୍ଷ ୩ ହଜାର ୯୪୪ ଟଙ୍କା ।ତାଙ୍କ ନାଁରେ ୮ ଲକ୍ଷ ୨୨ ହଜାର ୭ ଟଙ୍କାର ସଂପତ୍ତି ଅଛି ।ତାଙ୍କ ସ୍ବାମୀଙ୍କ ନାଁରେ ୧୬ ଲକ୍ଷ ୮୧ ହଜାର ୯୩୭ ଟଙ୍କା ଅଛି । ତାଙ୍କ ଜମିର ମୂଲ୍ୟ ୨୯ ଲକ୍ଷ ୪୫ ହଜାର ୮୪୦ ଟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.