ଶୂନ୍ୟକାଳରେ ଉଠିଲା ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ନାଁରେ ଖଣି ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ

Published By : Prameya-News7 Bureau | June 26, 2019 IST

ଭୁବନେଶ୍ବର ୨୬|୬: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ଇଚ୍ଛାଧୀନ କୋଟା ପ୍ରସଙ୍ଗ ଉଠାଇଥିଲେ । ତାରାଦତ୍ତ କମିଟି ରିପୋର୍ଟ ଅନୁଯାୟୀ ଅଶ୍ବିନୀ ବୈଷ୍ଣବ ଇଚ୍ଛାଧୀନ କୋଟାରେ ଭୁବନେଶ୍ବରରେ ପ୍ଲଟ ନେଇଥିଲେ । ଏହାକୁ ଭିଜିଲାନ୍ସ ତଦନ୍ତ କରିଥିଲା । କିନ୍ତୁ ସେ ଭିଜିଲାନ୍ସ ତଦନ୍ତରୁ ମୁକ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ସେପଟେ ଶାହା କମିଶନଙ୍କ ରିପୋର୍ଟ ଅନୁଯାୟୀ ଅଶ୍ବିନୀ ବୈଷ୍ଣବଙ୍କ ନାଁରେ ଖଣି ଦୁର୍ନୀତି ଅଭିଯୋଗ ଅଛି । ତେଣୁ କାହା ସ୍ବାର୍ଥରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଛି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଜଣେ ଅଣ ଓଡିଆଙ୍କୁ ରାଜ୍ୟସଭା ପଠାଇବା ପାଇଁ କେଉଁ ପରିସ୍ଥିତି ବାଧ୍ୟ କଲା ଏନେଇ ଗୃହରେ ଉତ୍ତର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ନରସିଂହ କହିଥିଲେ ।

ସେପଟେ ଗୃହରେ କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି ଯେ, ଘଟଣାରେ କିଛି ସତ୍ୟତା ନାହିଁ । ଘଟଣାର ତଦନ୍ତ କଂଗ୍ରେସ କରୁ  । ନିର୍ବାଚନ ସରିଲେ ମୁହଁ ଖୋଲିବେ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.