ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ପ୍ରସ୍ତାବ ରାଜ୍ୟସଭାରେ ଗୃହୀତ

Published By : Prameya-News7 Bureau | July 02, 2019 IST

ନୂଆଦିଲ୍ଲୀ ୨|୭: ଜାମ୍ମୁ ଓ କାଶ୍ମୀରକୁ ନେଇ ରାଜ୍ୟସଭାରେ ୨ଟି ବିଲ୍ ପାରିତ ହୋଇଛି । ଗୋଟିଏ ହେଲା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ଏବଂ  କାଶ୍ମୀରରେ ରାଷ୍ଟ୍ରପତି ଶାସନ ବୃଦ୍ଧି ପ୍ରସ୍ତାବ । ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବଢାଇବା ପ୍ରସ୍ତାବକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଛି । ଆଗାମୀ ୬ ମାସ ପାଇଁ ଆସନ୍ତାକାଲିଠୁ ପୁଣି ରାଷ୍ଟ୍ରପତି ଶାସନ ଲାଗୁ ହେବ ।

ଏହା ସହିତ ରାଜ୍ୟସଭାରେ ଜମ୍ମୁ ଓ କାଶ୍ମୀର ସଂରକ୍ଷଣ ବିଲ ମଧ୍ୟ ପାରିତ ହୋଇଛି । ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ମାଧ୍ୟମରେ ସୀମାବର୍ତ୍ତି ଅଞ୍ଚଳର ବାସିନ୍ଦାଙ୍କୁ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ପ୍ରସ୍ତାବ ରଖିଛନ୍ତି  ଗୃହମନ୍ତ୍ରୀ ଅମିତ ଶାହା । 

ସେହିପରି ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଥିବା ଶକ୍ତିଙ୍କୁ ମଧ୍ୟ ଉଚିତ୍ ଜବାବ ଦିଆଯିବ ବୋଲି ସେ କହିଥିଲେ । ରାଜ୍ୟସଭାରେ କଂଗ୍ରେସ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ବିଜେଡି, ଟିଏମସି, ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକ ସମର୍ଥନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.