AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଆସ୍ୱସ୍ତିକର ଖବର; ସାନ ଭାଇ କହିଲେ ଗୁଜବରେ ବିଶ୍ୱାସ କର ନାହିଁ, ରାଜୁ ସୁସ୍ଥ…

20/08/2022 at 3:37 PM

ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବାସ୍ଥା ନେଇ ଗତ କିଛିଦିନ ହେବ ଖରାପ ଖବର ଶୁଣିବାକୁ ମିଳୁଥିଲା। ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲୋ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଯେଉଁ ଖବର ଆସିଛି ତାହା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଆଶା ସଞ୍ଜଚରି ଯାଇଛି।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଆଉ ସଂକଟ୍ଟାପନ୍ନ ନାହିଁ। ସେ କ୍ରିଟିକାଲ କଣ୍ଡିସନରୁ ବାହାରି ସାରିଛନ୍ତି। ଧୀର ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏହି ତାଙ୍କ ସାନ ଭାଇ ଦୀପୁ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଶିକାର ହେବା ପରଠାରୁ ସେ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଦୁଇଦିନ ତଳେ ସେ ଗୁରୁତର ହୋଇପଡ଼ିଥିଲେ। ଫଳରେ ଲୋକମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଥିଲା।

ହେଲେ ଆଜି ଏସବୁ ଆଶଙ୍କାକୁ ଦୂର କରି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ। ଏକ ଭିଡିଓ ମେସେଜ୍ ଦେଇ ଗୁଜବରେ ବିଶ୍ୱାସ ନ କରିବାକୁ ସେ ରାଜୁଙ୍କ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରିଛନ୍ତି।

ଏଏନ୍‌ଆଇର ସୂଚନା ଅନୁସାରେ, ଦୀପ ଏକ ଭିଡିଓ ରେକର୍ଡିଂ କରି କହଛନ୍ତି ଯେ ରାଜୁ ବର୍ତ୍ତମାନ ବି ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ସେ ଜାଣିଛନ୍ତି ଯେ ଫ୍ୟାନ୍‌ମାନେ ତାଙ୍କ ଭାଇଙ୍କୁ ଆଶୀର୍ବାଦ ଦେଉଛନ୍ତି। ତେବେ ଫ୍ୟାନ୍‌ମାନେ କୌଣସି ଗୁଜବରେ ବିଶ୍ୱାସ କରିବା କଥା ନୁହେଁ, କାରଣ ରାଜ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଛି।  

ଅଭିନେତା ତଥା କମେଡି ଶୋ ଜଜ୍‌ ଶେଖର ସୁମନ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି “ଗତକାଲି ରାଜୁଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ହେଲେ ଆଜି ସେ କ୍ରିଟିକାଲ କଣ୍ଡିସନରୁ ବାହାରି ଆସିଛନ୍ତି। ସବୁଠାରୁ ଭଲ ଡାକ୍ତର ଓ ନ୍ୟୁରୋ ସର୍ଜନ ତାଙ୍କର ଚିକିତ୍ସା କରୁଛନ୍ତି। ସ୍ଥିତି ଭଲ ଦେଖାଯାଉଛି। ମୁଁ ଭାବୁଛି ଆମ ସମସ୍ତଙ୍କର ପ୍ରାର୍ଥନା ଭଗବାନ ଶୁଣୁଛନ୍ତି ଓ ରାଜୁ ଲଢ଼େଇ କରିବାର ଶକ୍ତି ପାଉଛନ୍ତି। ହର ହର ମହାଦେବ। ”

   Related Posts