ରାଜୁ ଶ୍ରୀବାସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର, ପରିବାର ତରଫରୁ ମିଳିଲା ସୂଚନା

Published By : Prameya-News7 Bureau | August 13, 2022 IST

ମୁମ୍ବାଇ ୧୩।୦୮: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ତାଙ୍କ ଅବସ୍ଥାରେ ସୁଧାର ଆସିଛି। ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍‌ କାମ କରୁ ନଥିଲା। ଯାହା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଥିଲେ। ଏନେଇ ରାଜୁ ଶ୍ରୀବାସ୍ତବଙ୍କ ପରିବାର ଏକ ବିବୃତ୍ତି ଦେଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ହାସ୍ୟ ଅଭିନେତାଙ୍କ ସ୍ଵାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ବର୍ତ୍ତମାନ ଡାକ୍ତରଙ୍କ ଟିମ୍ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି।

{"id":670088,"sizeSlug":"full","linkDestination":"none"}

ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ବୋଲି କହିଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ। ସମସ୍ତ ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ । ଦୟାକରି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ ।

ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍‌ ୧୫-୨୦ ପ୍ରତିଶତ କାମ ଆରମ୍ଭ କରିଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଚେତନା ଫେରି ପାଇବା ପାଇଁ କିଛି ଦିନ ଲାଗିପାରେ । ଚିକିତ୍ସାକୁ କରିବା ପାଇଁ ରାଜୁଙ୍କୁ ପ୍ରଥମ ଦିନରେ ଆନାସ୍ଥେସିଆ ମଧ୍ୟ ଦିଆଯାଇଥିଲା। ଯାହାର ମାତ୍ରା ବର୍ତ୍ତମାନ ହ୍ରାସ ପାଇଛି। ଗୁରୁବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହାତ, ପାଦ ଏବଂ ଗଳାରେ କିଛି ଗତିବିଧି ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.