<strong>କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅପ୍‌ଡେଟ୍: ହୃଦଘାତ ପରେ ବ୍ରେନ୍‌ ଡେମେଜ୍ ହୋଇଥିବା ସୂଚନା, ଆଇସିୟୁରେ ଭର୍ତ୍ତି</strong>

Published By : Prameya-News7 Bureau | August 11, 2022 IST

ମୁମ୍ବାଇ: ବଲିଉଡ୍‌ର ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ମିଳିଥିବା ସଦ୍ୟ ସୂଚନା ଅନୁସାରେ, ଅଭିନେତାଙ୍କ ବ୍ରେନ୍‌ ଡେମେଜ୍ ହୋଇଥିବା କୁହାଯାଉଛି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।

ରାଜୁ ଶ୍ରୀବାସ୍ତବ ଆଜି (୧୦ ଅଗଷ୍ଟ)ରେ ଜିମ୍ କରୁଥିବା ବେଳେ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଉଛି। ଏବେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା କୁହାଯାଉଛି। ତାଙ୍କର ଚେତା ଫେରୁନି।

ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ସୂତ୍ରରୁ ପ୍ରକାଶ ଯେ ରାଜୁଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥତା ଖବର ଆସିବା ପରଠାରୁ ତାଙ୍କ ପ୍ରଶଂସକଙ୍କ କୋଟି କୋଟି ନିରାଶାରେ ଅଛନ୍ତି ଏବଂ ସମସ୍ତେ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି।

ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ, କମେଡି ସର୍କସ୍, ଦି କପିଲ ଶର୍ମା ଶୋ, ଶକ୍ତିମାନ, ରାଜୁ ଶ୍ରୀବାସ୍ତବ ଭଳି ଟିଭି ଶୋ ବ୍ୟତୀତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ୫୮ ବର୍ଷର ରାଜୁ ଶ୍ରୀବାସ୍ତବ ମଧ୍ୟ ଭାରତୀୟ ଜନତା ଦଳର ଜଣେ ନେତା। ବିଜେପିରେ ଯୋଗଦେବା ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ମଧ୍ୟ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.